ଓଡିଶା

odisha

By

Published : Jul 1, 2020, 8:49 PM IST

ETV Bharat / bharat

ILOର ଚେତାବନୀ, ଶ୍ରମ ବଜାରର ପୁନଃରୁଦ୍ଧାର କଷ୍ଟକର

ଅନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ (ILO)ଚେତାବନୀ ଦେଇଛି କି ଯଦି 2020 ର ଦ୍ୱିତୀୟାର୍ଦ୍ଧରେ ଅନ୍ୟ ଏକ କୋଭିଡ-19 ଲହରୀ ଆସେ ତେବେ ବିଶ୍ୱ କାର୍ଯ୍ୟ ସମୟର 11.9 ପ୍ରତିଶତ କ୍ଷତି ହେବ । ଅଧିକ ପଢନ୍ତୁ..

ILOର ଚେତାବନୀ
ILOର ଚେତାବନୀ

ହାଇଦ୍ରାବାଦ: କୋରୋନା ଭାଇରସ ସଂକ୍ରମଣ ରୋକବାକୁ ବିଶ୍ବବ୍ୟାପି ଲକଡାଉନ ଲାଗୁ ହେଲା । ଏଥିପାଇଁ ଆର୍ଥିକ ଗତିବିଧି ଠପ, ବ୍ୟବସାୟ ସ୍ଥାଣୁ ହୋଇପଡିଲା । ଯାହା ଦ୍ବାରା ଲକ୍ଷାଧିକ ଲୋକ ରୋଜଗାର ହରେଇଛନ୍ତି । ତେବେ ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ପ୍ରବାସୀ ଶ୍ରମିକ । ଲକଡାଉନରେ କାମଧନ୍ଦା ବନ୍ଦ ଯୋଗୁଁ ସେମାନେ ନିଜ ରାଜ୍ୟ ଫେରିବାକୁ ବାଧ୍ୟ ହୋଇଛନ୍ତି । ଏ ସମସ୍ତେ ଏବେ ଦୀର୍ଘ ସମୟ ଧରି ଗରିବ ଓ ବେକାରୀ ହୋଇ ରହିବା ଜଳଜଳ ଦୃଶ୍ୟମାନ ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ (ILO)ଚେତାବନୀ ଦେଇଛି କି ଯଦି 2020 ର ଦ୍ୱିତୀୟାର୍ଦ୍ଧରେ ଅନ୍ୟ ଏକ କୋଭିଡ-19 ଲହରୀ ଆସେ ତେବେ ବିଶ୍ୱ କାର୍ଯ୍ୟ ସମୟର 11.9 ପ୍ରତିଶତ କ୍ଷତି ହେବ । ଯାହାକି 340 ନିୟୁତ ପୂର୍ଣ୍ଣକାଳୀନ ଚାକିରି ହରାଇବା ସହିତ ସମାନ ।

ILO ମନିଟରର ପଞ୍ଚମ ସଂସ୍କରଣ ଅନୁସାରେ , କୋଭିଡ -19 ମାଡରେ ବିଶ୍ବ କାର୍ଯ୍ୟ ,ଗଭୀର ପ୍ରଭାବିତ । ଏଣୁ ବର୍ଷର ବାକି ଦିନରେ ବୈଶ୍ବିକ ଶ୍ରମ ବଜାର ପୁନରୁଦ୍ଧାର ଅନିଶ୍ଚିତ ଏବଂ ଅସମ୍ପୂର୍ଣ୍ଣ ଆଶଙ୍କା ରହିଛି ।

ରିପୋର୍ଟରେ କୁହାଯାଇଛି କି, 2020 ଦ୍ବିତୀୟ ତ୍ରୟମାସରେ ଗ୍ଲୋବାଲ ୱାର୍କିକିଂ ଆୱାରରେ 14 ପ୍ରତିଶତ ହ୍ରାସ ହେବ । ଯାହାକି 400 ମିଲିୟନ ପୂର୍ଣ୍ଣକାଳୀନ ନିଯୁକ୍ତି କ୍ଷତି ସହ ସମାନ ।

ସମଗ୍ର ବିଶ୍ୱରେ 2020 ର ପ୍ରଥମାର୍ଦ୍ଧରେ ୱାର୍କକିଂ ଆୱାର ବହୁତ କମ ରହିବ । ଯାହାକି ପୂର୍ବ ଅନୁମାନ ତୁଳନା ଠାରୁ ମଧ୍ୟ ଦୁର୍ବଳ । ତେବେ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅତ୍ୟଧିକ ଅନିଶ୍ଚିତ ପୁନରୁଦ୍ଧାର ସର୍ବୋତ୍ତମ ପରିସ୍ଥିତିରେ ମଧ୍ୟ ପ୍ରାକ୍-ମହାମାରୀ ସ୍ତରକୁ ଫେରିବା ପାଇଁ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ଏଜେନ୍ସି ଚେତାବନୀ ଦେଇଛି ।

ABOUT THE AUTHOR

...view details