ଓଡିଶା

odisha

By

Published : Feb 16, 2020, 8:07 AM IST

ETV Bharat / bharat

ଆଜି ଶପଥ ନେବେ କେଜ୍ରିୱାଲ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲପରେ ଆଜି(ରବିବାର) ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

arvind-kejriwal
ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲପରେ ଆଜି(ରବିବାର) ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ରାଜଧାନୀର ପ୍ରତିଷ୍ଠିତ ରାମଲିଲା ମୈଦାନରେ ସକାଳ 10 ଟା ସମୟରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଲଗାତାର ତୃତୀୟ ଥର ଐତିହାସିକ ବିଜୟ ହାସଲ କରି ଖୁବ ଲୋକପ୍ରିୟତା ସାଉଁଠିଛି । ତେଣୁ ଏହି ଶପଥ ଗ୍ରହଣ ସମାରୋହରେ ଦର୍ଶକଙ୍କ ଭିଡ ଜମିବ ବୋଲି ଆଶା କରାଯାଉଛି ।

ତେବେ କେଜ୍ରିୱାଲଙ୍କ ସହିତ ୬ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେବେ । ଏମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ । ଶପଥ ଗ୍ରହଣ ପାଇଁ ରାମଲୀଳା ମୈଦାନ ପ୍ରସ୍ତୁତ ହୋଇ ସାରିଛି । ଶପଥ ଗ୍ରହଣ ସମାରୋହରେ ଶିକ୍ଷକମାନେ ବାଧ୍ୟତାମୂଳକ ଭାବେ ଉପସ୍ଥିତ ରହିବେ ବୋଲି ପୂର୍ବରୁ ସରକାର ଆଦେଶ ଦେଇଥିଲେ । କିନ୍ତୁ ବିବାଦ ବଢିବାରୁ ଏବେ ଶିକ୍ଷକଙ୍କ ଉପସ୍ଥିତି ଇଚ୍ଛାଧୀନ କରି ଦିଆଯାଇଛି ।

ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହ ସଫାଇ କର୍ମଚାରୀ, ଡାକ୍ତର, ବାଇକ ଆମ୍ବୁଲାନ୍ସ ରାଇଡର୍ସ, ଓ୍ଵର୍କର୍ସ, ଇଞ୍ଜିନିୟର ସମେତ ବିଭିନ୍ନ ବିଭାଗରେ ଯୋଗଦାନ କରିଥିବା ୫୦ ଜଣ ଦିଲ୍ଲୀର ନିର୍ମାତା ଏବଂ ଗତ 5 ବର୍ଷରେ ସହରର ବିକାଶରେ ଯୋଗଦାନ କରିଥିବା ବ୍ୟକ୍ତି ମଞ୍ଚ ସେୟାର କରିବେ ।

ଏହା ବ୍ୟତୀତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀର 7 ସାଂସଦ, ନବନିର୍ବାଚିତ ବିଜେପିର 8 ବିଧାୟକ ଏବଂ ସମସ୍ତ ନଗର ନିଗମ ପରିଷଦଙ୍କୁ ଆମନ୍ତ୍ରିତ କରାଯାଇଛି । ନିର୍ବାଚନ ଫଳାଫଳ ଦିନ ନିଜ ପିତାଙ୍କ ସହ କେଜ୍ରିୱାଲଙ୍କ ପୁରୁଣା ଗେଟଅପରେ ପହଞ୍ଚିଥିବା 'ଛୋଟ ମଫଲର ମ୍ୟାନ' ଅବ୍ୟାନ ତୋମାରଙ୍କୁ ମଧ୍ୟ ସମାରୋହରେ ଆମନ୍ତ୍ରିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚରେ ୭୦ରୁ ୬୨ଟି ଆସନରେ ବିପୁଳ ବିଜୟ ହାସଲ କରି ପୁଣିଥରେ ସରକାର ଗଢିବାରେ ସକ୍ଷମ ହୋଇଛି ଆମ ଆଦମି ପାର୍ଟି । ସେପଟେ ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର 8 ଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଖାତା ବି ଖୋଲିପାରି ନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details