ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ସୁସ୍ଥ ହେଲେଣି 76 ପ୍ରତିଶତ କୋରୋନା ରୋଗୀ: କେଜ୍ରିୱାଲ - corona situation delhi

ଆଜି(ବୁଧବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି କେଜ୍ରିୱାଲ ।

 କେଜ୍ରିୱାଲ
କେଜ୍ରିୱାଲ

By

Published : Jul 1, 2020, 2:21 PM IST

ନୂଆଦିଲ୍ଲୀ: ଆଜି(ବୁଧବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କୋରୋନା ସଂକ୍ରମଣ ପ୍ରସଙ୍ଗରେ କେଜ୍ରିୱାଲ କହିଛନ୍ତି, ‘ଦିଲ୍ଲୀର ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି, ଏହା ଦିଲ୍ଲୀର କଠିନ ପରିଶ୍ରମର ଫଳ। ଆଜି ଦିଲ୍ଲୀରେ ପ୍ରାୟ 15 ହଜାର ଶଯ୍ୟା ଅଛି ଓ ଏଥିରେ କୌଣସି ପ୍ରକାରର ଅଭାବ ନାହିଁ ’।

କୋରୋନା ସ୍ଥିତି ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ଓ ସୁସ୍ଥଙ୍କ ସଂଖ୍ୟା ବଢୁଛି। ଆଜି ଦିଲ୍ଲୀର 67 ପ୍ରତିଶତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ପୂର୍ବରୁ 100 ଲୋକଙ୍କ ପରୀକ୍ଷାରେ 31ଜଣ ପଜିଟିଭ୍ ବାହାରୁଥିଲେ ମାତ୍ର ବର୍ତ୍ତମାନ 13 ଜଣ ବାହାରୁଛନ୍ତି ।

କିଛି ବିଶେଷଜ୍ଞ କହୁଛନ୍ତି ଯେ ଦିଲ୍ଲୀରେ କୋରୋନା ବୃଦ୍ଧି କମିଛି ମାତ୍ର ଲୋକଙ୍କୁ କହିବି ସେମାନେ ନିଜର ଧ୍ୟାନ ରଖିବେ । ମାସ୍କ ପିନ୍ଧିବା ସହ ହାତ ଧୋଇ ନିୟମ ପାଳନ କରନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଆମ ସରକାର ଡାକ୍ତରଖାନା ସମେତ ଅନେକ ଅନୁଷ୍ଠାନ ସହ କଥା ହୋଇଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡି ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିଥିଲେ । ମାସେ ପୂର୍ବରୁ ଦେଖାଯାଇଥିବା ଭୟାନକ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ।

ତେବେ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଜୁନ 30 ସୁଦ୍ଧା 15 ହଜାର ଶଯ୍ୟା ଆବଶ୍ୟକ ହେବ, ଆଜି ଦିଲ୍ଲୀରେ କେବଳ 5800 ରୋଗୀ ଡାକ୍ତରଖାନାରେ ଅଛନ୍ତି। ଅଧିକାଂଶ ରୋଗୀ ଘରେ ଚିକିତ୍ସିତ ହେଉଛନ୍ତି, ଅନେକ ରୋଗୀ ସୁସ୍ଥ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୁନ 23 ରେ ପ୍ରାୟ 4 ହଜାର ମାମଲା ସାମ୍ନାକୁ ଆସିଥିଲା ​​ଓ ମଙ୍ଗଳବାର 2200 ମାମଲା । ଅର୍ଥାତ୍ ଗୋଟିଏ ସପ୍ତାହ ମଧ୍ୟରେ ମାମଲା ହ୍ରାସ ପାଇଛି।

ABOUT THE AUTHOR

...view details