ନୂଆଦିଲ୍ଲୀ: କୋରୋନା ଟିକା ନ ଆସୁଣୁ, ଏହାକୁ ଆଗ କାହାକୁ ଦିଆଯିବ ସେ ନେଇ ରାଜନୈତିକ ଆଲୋଚନା ଆରମ୍ଭ ହୋଇଯାଇଛି । ଟିକା ମାଗଣା ଦିଆଯିବ ନା ଅର୍ଥ ଦେବାକୁ ପଡିବ, ସେ ପ୍ରସଙ୍ଗରେ ଦୀର୍ଘ ଦିନ ଧରି ବିତର୍କ ଲାଗିରହିଛି । ବିହାରରେ ବିଜେପି କ୍ଷମତାକୁ ଆସିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣା କୋରୋନା ଟିକା ପ୍ରଦାନ କରିବା ନେଇ ଘୋଷଣା କରିଛି । କିନ୍ତୁ ଏହାକୁ ନେଇ ଅନେକ ଦଳ ବିରୋଧ କରିବାରେ ଲାଗିଛନ୍ତି । ଏଥିରେ ବର୍ତ୍ତମାନ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ଦେଶକୁ ମାଗଣା ଟିକା ମିଳିବା ଉଚିତ୍, ଏହା ସମଗ୍ର ଦେଶର ଅଧିକାର । ପ୍ରତ୍ୟେକ ଭାରତୀୟ କୋରୋନା ଟିକା ପାଇବା ଉଚିତ୍ ।