ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: ପ୍ରବେଶ ବର୍ମାଙ୍କ ‘ଆତଙ୍କବାଦୀ’ ବୟାନରେ ଦୁଃଖିତ କେଜ୍ରିୱାଲ - ଦିଲ୍ଲୀ ନିର୍ବାଚନ

ପଶ୍ଚିମ ଦିଲ୍ଲୀରେ ଆୟୋଜିତ ଏକ ନିର୍ବାଚନ ସଭାରେ ବିଜେପି ସାଂସଦ ପ୍ରବେଶ ବର୍ମା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ । ପ୍ରବେଶ ବର୍ମାଙ୍କ ଏହି ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

arvind kejriwal
ଫାଇଲ ଫଟୋ

By

Published : Jan 30, 2020, 11:03 PM IST

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀରେ ଆୟୋଜିତ ଏକ ନିର୍ବାଚନ ସଭାରେ ବିଜେପି ସାଂସଦ ପ୍ରବେଶ ବର୍ମା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ । ପ୍ରବେଶ ବର୍ମାଙ୍କ ଏହି ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖପ୍ରକାଶ କରିଛନ୍ତି । ସେ ଏକ ପ୍ରେସ କନଫରେନ୍ସରେ ଯୋଗ ଦେଇ ଦିଲ୍ଲୀବାସୀଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଥିଲେ, ‘ ଦିଲ୍ଲୀବାସୀ ନିଷ୍ପତ୍ତି ନେବେ ମୁଁ ତାଙ୍କ ପୁଅ ନା ଆତଙ୍କବାଦୀ’ । ଏମଧ୍ୟରେ କେଜ୍ରିୱାଲ ଭାବ ପ୍ରବଣ ମଧ୍ୟ ହୋଇ ପଡିଥିଲେ ।

ସେ କହିଥିଲେ,‘ଗତ 5 ବର୍ଷ ମଧ୍ୟରେ ଦିଲ୍ଲୀର ପ୍ରତ୍ୟେକ ଶିଶୁକୁ ଶିକ୍ଷା ଦେବାକୁ ଚେଷ୍ଟା କରିଛି, ସେମାନଙ୍କୁ ନିଜ ଛୁଆ ବୋଲି ଭାବିଛି କ'ଣ ଏହାକୁ ଆତଙ୍କବାଦୀ ପ୍ରବୃତ୍ତି କୁହାଯାଏ ? ମୁଁ ଲୋକଙ୍କ ପାଇ ଔଷଧର ବ୍ୟବସ୍ଥା କରିଛି ’ । ଏପରିକି ସେ ମଧୁମେହରେ ପୀଡିତ ଓ ପ୍ରତିଦିନ 4-5ଟି ଇନସୁଲିନ ନେଇଥାଏ । ଏଭଳି ସ୍ଥିତିରେ 3-4 ଘଣ୍ଟା ନଖାଇଲେ ଜଣେ ବ୍ୟକ୍ତି ବେହୋସ ହୋଇଯିବ ମାତ୍ର ଏପରି ସ୍ଥିତିରେ ବି ସେ ଆମରଣ ଅନଶନ କରିଥିଲେ ବୋଲି କହିଥିଲେ ।

ଅନଶନ ସମୟରେ ସେ ନିଜ ଜୀବନକୁ ବାଜି ଲଗେଇ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲି ବୋଲି ମଧ୍ୟ କେଜ୍ରିୱାଲ କହିଛନ୍ତି । ଏହାସହ 5 ବର୍ଷରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଛି । ଘର, କାର୍ଯ୍ୟାଳୟର ଛାପା ମରା ଯାଇଥିଲା ଓ ମୋ ବିରୋଧରେ ଏତଲା ରୁଜୁ କରାଯାଇଥିଲା ବୋଲି ସେ କହିଛନ୍ତି ।

ABOUT THE AUTHOR

...view details