ଓଡିଶା

odisha

ETV Bharat / bharat

‘ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍’ ଅଭିଯାନ ଲଞ୍ଚ କଲେ କେଜ୍ରିୱାଲ

ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍’ ଅଭିଯାନ ଆରମ୍ଭ କରିଛନ୍ତି ।

‘ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍’ ଅଭିଯାନ ଆରମ୍ଭ କଲେ କେଜ୍ରିୱାଲ
‘ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍’ ଅଭିଯାନ ଆରମ୍ଭ କଲେ କେଜ୍ରିୱାଲ

By

Published : Oct 15, 2020, 10:01 PM IST

ନୂଆଦିଲ୍ଲୀ:ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି । ଏଣୁ ରାଜ୍ୟରେ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍’ ଅଭିଯାନ ଆରମ୍ଭ କରିଛନ୍ତି । ଏଥିସହ ସେ ଟ୍ରାଫିକ ସିଗନାଲରେ ଅପେକ୍ଷା କରୁଥିବା ସମୟରେ ଲୋକଙ୍କୁ ସେମାନଙ୍କ ଗାଡିର ଇଞ୍ଜିନ ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି ।

ଗୁରୁବାର ଏକ ଅନଲାଇନ୍ ମିଡିଆକୁ ସୂଚନା ଦେଇ ସେ କହିଛନ୍ତି, ସହରରେ ଏକ କୋଟି ଗାଡି ପଞ୍ଜିକୃତ ହୋଇଛି। ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଆମେ ‘ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍’ ଅଭିଯାନ ଆରମ୍ଭ କରିଛୁ।

ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି 10 ଲକ୍ଷ ଗାଡି ଟ୍ରାଫିକ୍ ସିଗନାଲରେ ଇଗ୍ନିସନ୍ ବନ୍ଦ କରିନ୍ତି ତେବେ 1.5 ଟନ୍ ପିଏମ-10 ଗୋଟିଏ ବର୍ଷରେ ହ୍ରାସ ପାଇବ ବୋଲି କେଜ୍ରିୱାଲ କହିଛନ୍ତି ।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ପ୍ରତିଦିନ 30-40 ଲକ୍ଷ ଗାଡି ରାସ୍ତାରେ ଯିବାଆସିବା କରି ଟ୍ରାଫିକ ସିଗନାଲରେ ଅବ୍ୟାହତ ରହେ । ତେବେ ଏହା ସହରରେ ବାୟୁ ପ୍ରଦୂଷଣ ସ୍ତରକୁ ବୃଦ୍ଧି କରାଇଥାଏ ।

ABOUT THE AUTHOR

...view details