ନୂଆଦିଲ୍ଲୀ: ଫେବୃଆରୀ 16 ତାରିଖରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ । ପୂର୍ବ ଥର ଭଳି ଏଥର ମଧ୍ୟ ତାଙ୍କର ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଲା ମୈଦାନରେ ଆୟୋଜିତ ହେବ। ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରିତ କରିଛନ୍ତି କେଜ୍ରିୱାଲ।
କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହରେ ପିଏମ ମୋଦିଙ୍କୁ ନିମନ୍ତ୍ରଣ - kejriwal's swearing ceremony
ଫେବୃଆରୀ 16 ତାରିଖରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ ।ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରିତ କରିଛନ୍ତି ସେ । ଅଧିକ ପଢନ୍ତୁ...
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି ପୁଣିଥରେ ସରକାର ଗଢିବାକୁ ଯାଉଛି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧିନ ଆମ ଆଦମି ପାର୍ଟି(ଆପ୍)। ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୨ଟି ସିଟ୍ ପାଇବା ପରେ ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀର ଶାସନ ଗାଦିରେ ବସିବାକୁ ଯାଉଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ।
ତାଙ୍କର ଶପଥ ଗ୍ରହଣ ସମାରୋହରେ କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟରାଜ୍ୟର ନେତାଙ୍କୁ ଆମନ୍ତ୍ରିତ କରାଯିବ ନାହିଁ ବୋଲି ପୂର୍ବରୁ ଆପ୍ ନେତା ଗୋପାଳ ରାୟ କହିଥିଲେ । ଏହି ସମାରୋହରେ କେବଳ ଦିଲ୍ଲୀବାସୀଙ୍କୁ ଆମନ୍ତ୍ରିତ କରାଯିବ ବୋଲି ସେ ଜଣାଇଥିଲେ। ଦିଲ୍ଲୀରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସୁଥିବା ଦ୍ବିତୀୟ ନେତା ହେବେ କେଜ୍ରିୱାଲ। କେଜ୍ରିୱାଲଙ୍କ ପୂର୍ବରୁ ଶୀଲା ଦିକ୍ଷିତ 3 ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ।