ଓଡିଶା

odisha

ETV Bharat / bharat

କୋରୋନା ଡର: ଆଉ 10 ହଜାର ବେଡ୍ ବ୍ୟବସ୍ଥା କଲେ ଦିଲ୍ଲୀ ସରକାର - 10 ହଜାର ବେଡ

ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଉ 10 ହଜାର ବେଡର ବ୍ୟବସ୍ଥା କରିଛନ୍ତି ।

kejriwal
10 ହଜାର ବେଡ୍ ବ୍ୟବସ୍ଥା କଲେ ଦିଲ୍ଲୀ ସରକାର

By

Published : Jun 19, 2020, 10:49 AM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି। ଯାହା ଦିଲ୍ଲୀ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେଥିପାଇଁ କୋରୋନା ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ସରକାର ଘନଘନ ବୈଠକ କରୁଛନ୍ତି । ଏହାମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଉ 10 ହଜାର ବେଡର ବ୍ୟବସ୍ଥା କରିଛନ୍ତି ।

ପ୍ରକୃତରେ ଦିଲ୍ଲୀ ସରକାର ଦକ୍ଷିଣ ଦିଲ୍ଲୀର ବାହିରି ଅଞ୍ଚଳରେ ଥିବା ଏକ ରାଧା ସ୍ବାମୀ ଆଶ୍ରମରେ 10 ହଜାର ବେଡର ବ୍ୟବସ୍ଥା କରିଛନ୍ତି। ପାଖାପାଖି 29 ଏକରରେ ବ୍ୟାପିଥିବା ଏହି ଆଶ୍ରମରେ ବେଡ୍ ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ଗୁରୁବାର ରାଧା ସ୍ୱାମୀ ଆଶ୍ରମ ପରିଦର୍ଶନ କରିଛନ୍ତି। ଦୁନିଆର ସବୁଠୁ ବଡ କୋଭିଡ କେୟାର ସୁବିଧା ବିଷୟରେ କେଜ୍ରିୱାଲ କହିଛନ୍ତି ଯେ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ବ୍ୟତୀତ ସନ୍ଦିଗ୍ଧ ରୋଗୀଙ୍କୁ ମଧ୍ୟ ଏଠାରେ ଭର୍ତ୍ତି କରାଯିବ।

ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଏହିପରି ଅନେକ ରୋଗୀ ଘରେ ଚିକିତ୍ସା କରୁଛନ୍ତି । କିନ୍ତୁ ବହୁ ଲୋକଙ୍କ ଘରେ ଆବଶ୍ୟକ ସ୍ଥାନ ଅଭାବରୁ ସେମାନଙ୍କୁ ଏଠାରେ ଭର୍ତ୍ତି କରାଯାଇପାରିବ। ଏଥିସହ ସେ କହିଛନ୍ତି ଯେଉଁଭଳି ସୁବିଧା ଆଶ୍ରମରେ ଉପଲବ୍ଧ ଜରୁରୀ ନୁହେଁ ସମସ୍ତଙ୍କ ଘରେ ଏଭଳି ସୁବିଧା ମିଳିପାରିବ । ଏଭଳି ପରିସ୍ଥିତିରେ ଆଶ୍ରମ ରୋଗୀମାନଙ୍କର ଭଲ ଭାବରେ ଦେଖାଶୁଣା କରାଯିବ ।

ପ୍ରକାଶ ଥାଉକି, ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 49 ହଜାର ପାର କରିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 1969 ଜଣ ଆକ୍ରାନ୍ତ କୋରୋନାରେ ପ୍ରାଣ ହରାଇଲେଣି ।

ABOUT THE AUTHOR

...view details