ଓଡିଶା

odisha

ETV Bharat / bharat

କେଜ୍ରିୱାଲଙ୍କ ନିଷ୍ପତ୍ତିକୁ ନେଇ ବଢୁଛି ଆପ-ବିଜେପି ମଧ୍ୟରେ ବିବାଦ - lg anil baijal aap government bjp

ଦିଲ୍ଲୀରେ ଉଦବେଗ ଭାବେ ବଢୁଛି ସଂକ୍ରମଣ ମାମଲା । ସେପଟେ କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତିକୁ ନେଇ ଆମ୍ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ବିବାଦ ବୃଦ୍ଧି ହେଉଛି । ଅଧିକ ପଢନ୍ତୁ...

କେଜ୍ରିୱାଲଙ୍କ ନିଷ୍ପତ୍ତିକୁ ନେଇ ବଢୁଛି ଆପ-ବିଜେପି ମଧ୍ୟରେ ବିବାଦ
କେଜ୍ରିୱାଲଙ୍କ ନିଷ୍ପତ୍ତିକୁ ନେଇ ବଢୁଛି ଆପ-ବିଜେପି ମଧ୍ୟରେ ବିବାଦ

By

Published : Jun 9, 2020, 8:45 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବଦଳାଇଲେ ଉପଜିଲ୍ଲାପାଳ ଅନୀଲ ବୈଜଲୀ । ଦିଲ୍ଲୀରେ କେବଳ ଦିଲ୍ଲୀବାସୀ ନୁହେଁ ସମସ୍ତ ରାଜ୍ୟ ଚିକିତ୍ସା କରାଇପାରିବେ ବୋଲି କହିଛନ୍ତି ଉପରାଜ୍ୟପାଳ । ଯାହାକୁ ନେଇ ଏବେ ଆପ ବିଜେପି ଉପରେ ବର୍ଷିଛି ।

ଭାରତୀୟ ଜନତା ପାର୍ଟି (ବିଜେପି)କୁ ଆପ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟାର୍ଗେଟ କରିଛନ୍ତି। ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡିକରେ ପିପିଇ କିଟ୍ ସ୍କାମ ଏବଂ ଭେଣ୍ଟିଲେଟର ସ୍କାମରେ ବ୍ୟସ୍ତ ଅଛନ୍ତି। ଦିଲ୍ଲୀ ସରକାର ଏହି ବିପର୍ଯ୍ୟୟକୁ ସଚ୍ଚୋଟ, ଚିନ୍ତିତ ଭାବରେ ପରିଚାଳନା କରିବାକୁ ଚେଷ୍ଟା କରୁଛି। ଯାହାକୁ ବିଜେପି ସହ୍ୟ ନ କରିପାରି ଏଲଜି ଉପରେ ଚାପ ପକାଇ ଏହା ଏକ ଶସ୍ତା ରାଜନୀତି କରୁଛନ୍ତି ।

ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ଏଲଜି ସାହେବଙ୍କ ଆଦେଶ ଦିଲ୍ଲୀର ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଏବଂ ଆହ୍ୱାନ ସୃଷ୍ଟି କରିଛି । ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା କୋରୋନା ସଂକ୍ରମିତଙ୍କ ଚିକିତ୍ସା ଯୋଗାଇବା ଏକ ବଡ଼ ଆହ୍ବାନ। ବୋଧହୁଏ ଭଗବାନଙ୍କ ଏହା ଇଚ୍ଛା, ଯେ ଆମେ ସମଗ୍ର ଦେଶବାସୀଙ୍କ ସେବା କରିବୁ । ଏଥିପାଇଁ ଆମେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବୁ ବୋଲି ଦିଲ୍ଲୀ ସିଏମ କହିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ଦେଖି କେଜ୍ରିୱାଲ ଏକ ଦୃଢ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ସେ କହିଛନ୍ତି, ଦିଲ୍ଲୀରେ କେବଳ ଦିଲ୍ଲିବାସୀଙ୍କର ହିଁ କୋରୋନା ଚିକିତ୍ସା କରାଯିବ । ହେଲେ ଗତକାଲି ଉପରାଜ୍ୟପାଳ ଅନୀଲ ବୈଜଲୀ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ବଦଳାଇ କହିଛନ୍ତି,ଦିଲ୍ଲାବାସୀଙ୍କ ଆଳ ଦେଖାଇ କୌଣସି କୋଭିଡ ସଂକ୍ରମିତଙ୍କ ଚିକିତ୍ସା ରୋକାଯାଇପାରିବ ନାହିଁ । ଯେକୌଣସି ରାଜ୍ୟର ଲୋକେ ଦିଲ୍ଲୀରେ କୋରୋନା ର ଚିକିତ୍ସା ପାଇପାରିବେ ।

ABOUT THE AUTHOR

...view details