ଓଡିଶା

odisha

ETV Bharat / bharat

କୋରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହେଲା ନ୍ୟୁ ପ୍ଲାନ

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ବ୍ୟାପିବାରୁ ରୋକିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଆଧାରରେ ଦିଲ୍ଲୀର ପ୍ରତ୍ୟେକ ଘରେ ସ୍କ୍ରିନିଂ କରାଯିବ।

By

Published : Jun 24, 2020, 4:14 PM IST

_new plan
କୋରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହେଲା ନ୍ୟୁ ପ୍ଲାନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ବ୍ୟାପିବାରୁ ରୋକିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଆଧାରରେ ଦିଲ୍ଲୀର ପ୍ରତ୍ୟେକ ଘରେ ସ୍କ୍ରିନିଂ କରାଯିବ।

ଆଶଙ୍କା କରାଯାଉଛି ଯେ ଆଗାମୀ 6 ଜୁଲାଇ ମଧ୍ୟରେ ଦିଲ୍ଲୀର ପ୍ରତ୍ୟେକ ଘରର ସ୍କ୍ରିନିଂ କରାଯିବ । ନୂଆ କୋରୋନା ରେସପନ୍ସ ପ୍ଲାନ ଅନୁଯାୟୀ, ଦିଲ୍ଲୀର ସମସ୍ତ ଜୋନର ଘର ଯାଞ୍ଚ କରାଯିବ। ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର କହିଛନ୍ତି ଯେ ଜୁନ୍ 30 ସୁଦ୍ଧା ଯାଞ୍ଚ ଶେଷ କରିବାକୁ ପ୍ରସ୍ତୁତି କରାଯାଇଛି। ତେବେ ଆକଳନ ଅନୁଯାୟୀ ଜୁଲାଇ 6 ସୁଦ୍ଧା ପ୍ରତ୍ୟେକ ଘର ସ୍କ୍ରିନିଂ କରାଯିବ।

ଦିଲ୍ଲୀରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି କ୍ରମରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 62 ହଜାରରେ ପହଞ୍ଚିଛି । ତେବେ ଦିଲ୍ଲୀ କୋରୋନା ସ୍ଥିତିକୁ ନେଇ ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିଚତ ହୋଇଥିଲା । ବୈଠକ ପରେ ହିଁ କୋରୋନା ସଂକ୍ରମଣକୁ ରୋକିବା ପାଇଁ ନୂଆ ପ୍ଲାନ ପ୍ରସ୍ତୁତ କରାଯାଇଛି।

ସଂଶୋଧିତ ରଣନୀତି ଅନୁଯାୟୀ, ବର୍ତ୍ତମାନ ଜିଲ୍ଲା ସ୍ତରରେ କଡା ମନିଟରିଂ ଯୋଜନା କାର୍ଯ୍ୟକାରୀ ହେବ। ଜିଲ୍ଲାରେ ଥିବା କୋରୋନା ଟାସ୍କ ଫୋର୍ସ ଯିଏ କେବଳ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦାରଖ କରାଯାଇଥିଲା । ସେଥିରେ ବର୍ତ୍ତମାନ ଦିଲ୍ଲୀ ନଗର ନିଗମର ଜିଲ୍ଲା ପୋଲିସ କମିଶନର, ନାଗରିକ ସଂସ୍ଥା ଅଧିକାରୀ, ମହାମାରୀ ବିଜ୍ଞାନୀ ଏବଂ ଆରୋଗ୍ୟ ସେତୁ ଆପ୍ ର ତଦାରଖ ପାଇଁ ଆଇଟି ପ୍ରଫେସନାଲ ରହିବେ । ରାଜ୍ୟ ସରକାର କହିଛନ୍ତି ଯେ, ଏହା ସୁନିଶ୍ଚିତ କରିବାକୁ ପଡିବ ଯେପରି ସମସ୍ତେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବେ । ବିଶେଷ କରି ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଏହାକୁ ପାଳନ କରିବା ଅର୍ନିବାର୍ଯ୍ୟ ।

ରିପୋର୍ଟ ଅନୁଯାୟୀ, ନିୟନ୍ତ୍ରଣ ଅଞ୍ଚଳରେ ସିସିଟିଭି କ୍ୟାମେରା ମାଧ୍ୟମରେ ପୋଲିସ ନଜର ରଖିବ । ଆଇସିଏମଆର ଗାଇଡଲାଇନ ଅନୁଯାୟୀ, ସର୍ବାଧିକ ପ୍ରଭାବିତ ଅଞ୍ଚଳକୁ ର୍ୟାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯିବ। ରାଜ୍ୟ ଟାସ୍କ ଫୋର୍ସର ନେତୃତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନେବେ। ଜନବହୁଳ ଅଞ୍ଚଳରେ ରୋଗୀଙ୍କୁ କୋରୋନା କେନ୍ଦ୍ରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ। ଦିଲ୍ଲୀରେ କୋରୋନା ଭାଇରସ ବ୍ୟାପକତାକୁ ଆକଳନ ପାଇଁ 20 ହଜାର ନମୂନା ସର୍ଭେକୁ ଏକ ଭାଗ ରୂପରେ ଏକତ୍ର କରାଯିବ । ଯାହା 27 ଜୁନ୍ ଠାରୁ ଆରମ୍ଭ ହେବ । ଫଳାଫଳ ଜୁଲାଇ 10ରେ ଜାରୀ କରାଯିବ ।

ABOUT THE AUTHOR

...view details