ଇଟାନଗର: ଲୋକଙ୍କ ଦୁଃଖ ବୁଝିବାକୁ ଲୋକଙ୍କ ରାସ୍ତାରେ ଚାଲି ଚାଲି କଲେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପୋମା ଖାଣ୍ଡୁ । 24 କିମି ରାସ୍ତାରେ ଦୀର୍ଘ 11 ଘଣ୍ଟା ଚାଲିବା ପରେ ମୁଖ୍ୟମନ୍ତ୍ରୀ ପୋମା ଖାଣ୍ଡୁ ଏକ ଗାଁରେ ପହଞ୍ଚିଥିଲେ । 41 ବର୍ଷୀୟ ପୋମା ଖାଣ୍ଡୁ ଜଙ୍ଗଲ ଓ ପାହାଡ ରାସ୍ତା ଅତିକ୍ରମ କରି ତୱାଙ୍ଗ ଜିଲ୍ଲାରୁ 97 କିମି ଦୂର ଲୁଗୁଥାଙ୍ଗ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରିବୁଝିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ପୋମା ଖାଣ୍ଡୁ ତୱାଙ୍ଗ ଜିଲ୍ଲାରେ ନିଜ ବିଧାନସଭା କ୍ଷେତ୍ର ମୁକଟୋ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ସୁଦୂର ଗାଁର ଗ୍ରାମବାସୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, 16 ହଜାର ଫୁଟ ଉଚ୍ଚତା କର୍ପୁ-ଲା ପାହାଡକୁ ଅତିକ୍ରମ କରି 14 ହଜାର 500 ଫୁଟ ଉଚ୍ଚା ସ୍ଥିତ ଲୁଗୁତାଙ୍ଗ ଯାତ୍ରା ଅତ୍ୟନ୍ତ କଠିନ ରହିଥିଲା, ଏହି ଗାଁ ସମୁଦ୍ର କୂଳ ଠାରୁ 14500 ଫୁଟ ଉପରେ ରହିଛି । 10ଟି ଘରର 50 ଜଣ ବସବାସ କରନ୍ତି ।