ଇଟାନଗର: ଅରୁଣାଚଳ ପ୍ରଦେଶକୁ ମଧ୍ୟ ଘାରିଛି ଦିଲ୍ଲୀ ନିଜାମୁଦ୍ଦିନ ମର୍କାଜ ଡର । ତବଲିଘି ସମାବେଶରେ ଯୋଗ ଦେଇ ଅନେକ ଲୋକ ରାଜ୍ୟକୁ ଫେରିଥିବାର ସନ୍ଦେହ କରାଯାଉଛି । ଏନେଇ ରାଜ୍ୟ ପୋଲିସ ଖୋଳତାଡ ଜାରି ରଖିଛି ।
ଖବର ଅନୁସାରେ ଶନିବାର 23 ଜଣ ଲୋକଙ୍କୁ ପୋଲିସ ଧରି ଜେରା କରିଛି । ଏମାନେ ସମସ୍ତେ ତବଲିଘି ସମାବେଶରେ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ କୋରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି । ନମୁନା ପରୀକ୍ଷା ପରେ ଏହି ଖବର ଦେଇଛନ୍ତି ରାଜ୍ୟ ଡିଜିପି ଆର ପି ଉପାଧ୍ୟାୟ ।