ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଚୀନ୍ ସହ ସେନା ସ୍ତରୀୟ ବୈଠକ ହେଉଥିଲେ ମଧ୍ୟ ଚୀନ୍ର ବ୍ୟବହାରରେ କୌଣସି ସୁଧାର ଆସୁନାହିଁ । ତେବେ ଏଭଳି ପରିସ୍ଥିତିରେ ଚୀନ୍ ସେନା ଅରୁଣାଚଳ ପ୍ରଦେଶରୁ ପାଞ୍ଚ ଜଣଙ୍କୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି।
‘ଅରୁଣାଚଳରୁ 5 ଯୁବକଙ୍କୁ ଉଠାଇ ନେଇଛି ଚୀନ ସେନା’ - କଂଗ୍ରେସ ବିଧାୟକଙ୍କ ଦାବି
ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଚୀନ୍ ସେନା ଅରୁଣାଚଳ ପ୍ରଦେଶରୁ ପାଞ୍ଚ ଜଣଙ୍କୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି । ଅଧିକ ପଢନ୍ତୁ...
5 ଭାରତୀୟଙ୍କୁ ସୀମାରୁ ଉଠାଇନେଲା ଚୀନ ସେନା- କଂଗ୍ରେସ ବିଧାୟକଙ୍କ ଦାବି
ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍ ସେନା ସୀମାରୁ ୫ଜଣ ଭାରତୀୟଙ୍କୁ ଅପହରଣ କରିଛି । ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାର ପାଞ୍ଚ ଜଣଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।
କିଛି ମାସ ପୂର୍ବରୁ ଏଭଳି ଘଟଣା ଘଟିଥିଲା। ଚୀନ୍ର ଏଭଳି କାମ ପାଇଁ ସରକାର ଚୀନ୍ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବିଧାୟକ ନିନୋଙ୍ଗ ଏରିଙ୍ଗ କହିଛନ୍ତି ।