ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ସାରା ଦେଶକୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଲକଡାଉନ ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏକ ଟ୍ବଟ୍ କରିଥିଲେ । ଉକ୍ତ ପୋଷ୍ଟରେ ସେ ଏପ୍ରିଲ 15ରେ ଲକଡାଉନ ପ୍ରତ୍ୟାହାର ନେଇ ଉଲ୍ଲେଖ କରିଥିଲେ । ଏହା ସହ ସେ ଲେଖିଥିଲେ ଯେ, ଏପ୍ରିଲ 15ରେ ଲକଡାଉନ ସମ୍ପୂର୍ଣ୍ଣ ହେବ । କିନ୍ତୁ ଏହାର ମାନେ ନୁହେଁ ଯେ ଲୋକେ ପୂର୍ବ ଭଳି ରାସ୍ତାରେ ବୁଲିବେ । କୋରୋନା ଭାଇରସର ପ୍ରତିହତ ପାଇଁ ସମସ୍ତଙ୍କୁ ଏହାର ଦାୟିତ୍ବ ନିଜ ହାତକୁ ନେବାକୁ ପଡିବ । ଲକଡାଉନ ଏବଂ ସାମାଜିକ ଦୂରତ୍ବ ଏହା ଭୂତାଣୁକୁ ଶେଷ କରିବାର ଏକମାତ୍ର ଉପାୟ । କିନ୍ତୁ ପରେ ସେ ଉକ୍ତ ପୋଷ୍ଟକୁ ହଟାଇ ଏକ ସାଧାରଣ ପ୍ରତିକ୍ରିୟା ରଖିଥିଲେ ।