ପାଟନା: ବିହାରରେ ସ୍ଥାପନା ହେବ ଦିବଙ୍ଗତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତୀ । ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଘୋଷଣା କରିଛନ୍ତି । ଏହା ସହିତ ଅରୁଣ ଜେଟଲୀଙ୍କ ଜନ୍ମ ଦିବସକୁ ପ୍ରତ୍ୟେକ ବର୍ଷ ରାଜ୍ୟ ମହୋତ୍ସବ ଭାବେ ପାଳନ କରିବାକୁ ସେ ଘୋଷଣା କରିଛନ୍ତି ।
ବିହାରରେ ସ୍ଥାପନ ହେବ ଜେଟଲୀଙ୍କ ପ୍ରତିମୂର୍ତ୍ତୀ - ବିହାର
ବିହାରରେ ସ୍ଥାପନା ହେବ ଦିବଙ୍ଗତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତୀ । ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଘୋଷଣା କରିଛନ୍ତି ।
ଫାଇଲ ଫଟୋ
ଗତ ଅଗଷ୍ଟ 24 ତାରିଖରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ନିଧନ ହୋଇଥିଲା । ଦିଲ୍ଲୀ ସ୍ଥିତ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତେବେ ଜେଟଲୀଙ୍କ ନିଧନରେ ଦୁଃଖ ବ୍ୟକ୍ତ କରି ଏହାକୁ ବହୁତ ବଡ କ୍ଷତି ବୋଲି କହିଥିଲେ ନୀତିଶ । ଏହା ସହିତ ରାଜ୍ୟରେ 2 ଦିନ ରାଜ୍ୟ ଶୋକ ଘୋଷଣା କରିଥିଲେ ।
ଏହା ପୂର୍ବରୁ ଜେଟଲୀଙ୍କ ସମ୍ମାନରେ ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମକୁ ଅରୁଣ ଜେଟଲୀଙ୍କ ନାମରେ ନାମିତ କରିବାକୁ ଘୋଷଣା କରାଯାଇଥିଲା ।