ଓଡିଶା

odisha

ETV Bharat / bharat

ଦିଲ୍ଲୀ କାନ୍ଥବାଡରେ ମଧୁବନୀ ସ୍ବଚ୍ଛତାର ବାର୍ତ୍ତା

ଜାତୀୟ ରାଜଧାନୀକୁ ସ୍ବଚ୍ଛ କରିବାକୁ ଶପଥ ନେଇଛନ୍ତି ବିହାର କଳାକାର। ଅପରିଷ୍କାର କାନ୍ଥବାଡରେ ଆଙ୍କୁଛନ୍ତି ଚିତ୍ରକଳା । ଲକ୍ଷ୍ୟ ପୁରା ଭାରତକୁ ସ୍ବଚ୍ଛ କରିବା । ଅଧିକ ପଢନ୍ତୁ...

wall painting
ଦିଲ୍ଲୀ କାନ୍ଥବାଡରେ ମଧୁବନୀ ସ୍ବଚ୍ଛତାର ବାର୍ତ୍ତା

By

Published : Jan 20, 2020, 2:21 PM IST

ନୂଆଦିଲ୍ଲୀ: ସବୁ ଅସମ୍ଭବ ସେତେବେଳେ ସମ୍ଭବ, ଯେତେବେଳେ କିଛି କରି ଦେଖାଇବାର ଅଦ୍ୟମ ସାହାସ ଓ ଉତ୍ସାହ ଭରି ରହିଥାଏ । ଏପରି କି ପୁରା ଦେଶକୁ ସ୍ବଚ୍ଛ କରିବାର ଲକ୍ଷ୍ୟ ମଧ୍ୟ ସାଧିତ ହୋଇଥାଏ । ଠିକ ଏହିପରି ବିହାର ମଧୁବନୀ ଅଞ୍ଚଳ କଳାକାରମାନେ ଦେଶକୁ ସ୍ବଚ୍ଛ କରିବାର ସ୍ବପ୍ନ ଦେଖିଛନ୍ତି । ଏହାକୁ କିଛି ମାତ୍ରାରେ ସେମାନେ ଏହାକୁ ସାକାର ବି କରିଛନ୍ତି । ପ୍ରଥମେ ବିହାରର କେତେକ ଅଞ୍ଚଳରେ ସ୍ବଚ୍ଛତା ବାର୍ତ୍ତା ବାଣ୍ଟିବା ପରେ ଏବେ ଦିଲ୍ଲୀବାସୀଙ୍କୁ ସଚେତନତା କରୁଛନ୍ତି ।

ଦିଲ୍ଲୀ କାନ୍ଥବାଡରେ ମଧୁବନୀ ସ୍ବଚ୍ଛତାର ବାର୍ତ୍ତା


ଜାତୀୟ ରାଜଧାନୀର ଅପରିଷ୍କାର କାନ୍ଥବାଡରେ ରଙ୍ଗବେରଙ୍ଗର ଚିତ୍ର ଆଙ୍କୁଛନ୍ତି ମଧୁବନି ଚିତ୍ରକାରୀ । ଏପରି କରି ଲୋକଙ୍କୁ ଅପରିଷ୍କାର ନ କରିବାକୁ ସନ୍ଦେଶ ଦେଉଛନ୍ତି । ବିହାରର ପାଟଣା ଜନଶନ ଓ ମଧୁବନି ରେଳ ଷ୍ଟେସନରେ ଦେଖିବାକୁ ମିଳିଥିବା କଳାକୃତି ତାହା ଏବେ ଦକ୍ଷିଣ ଦିଲ୍ଲୀରେ ଅଙ୍କା ଯାଉଛି । ଏହି କାର୍ଯ୍ୟରେ ମହିଳାମାନେ ମଧ୍ୟ ନିୟୋଜିତ ହୋଇଛନ୍ତି ।


ଏହି କଳାକାରଙ୍କ ଭିତରୁ ରାମକୁମାର ଦତ୍ତ କୁହନ୍ତି, ପାଟଣା ଓ ମଧୁବନୀର ଅପରିଷ୍କାର କାନ୍ଥବାଡରେ ଚିତ୍ର ଆଙ୍କିବାର ଲକ୍ଷ୍ୟ କେବଳ ସ୍ବଚ୍ଛତା ଦିଗରେ ଲୋକଙ୍କୁ ଅବଗତ କରିବା । ଆଉ ଦିନେ ଯେଉଁ କାନ୍ଥବାଡ ଅପରିଷ୍କାର ଓ ଅପରିଚ୍ଛିନ୍ନ ଭାବେ ପଡିରହିଥିଲା ତାହା ଏବେ ସୁନ୍ଦରତା ଓ ସ୍ବଚ୍ଛତାର ନାମ ପାଇଛି । ଅନ୍ୟପଟେ, ଅପରିଷ୍କାର କାନ୍ଥବାଡରେ ଏପରି କଳାକୃତିକୁ ଦିଲ୍ଲୀବାସୀ ଗ୍ରହଣ କରିଛନ୍ତି ।

ABOUT THE AUTHOR

...view details