ଓଡିଶା

odisha

ସହିଦ ଯବାନଙ୍କ ଚିତ୍ର ଆଙ୍କି ଗିନିଜ ବୁକରେ ଚିତ୍ରଶିଳ୍ପୀ

By

Published : Oct 10, 2019, 9:35 AM IST

Updated : Oct 10, 2019, 9:49 AM IST

ହାଇଦ୍ରାବାଦର ଚିତ୍ରଶିଳ୍ପୀ ହର୍ଷ, କାଶ୍ମୀରର ପୁଲଓ୍ବାମାରେ ସହିଦ ହୋଇଥିବା ଯବାନଙ୍କ ଚିତ୍ର ଆଙ୍କି ଗିନିଜ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହି ଚିତ୍ରକୁ ହର୍ଷ ମାତ୍ର 45 ମିନିଟରେ ଶେଷ କରିଥିଲେ । ଏହା ପୂର୍ବରୁ ତାଙ୍କ ନାଁ ଲିମକା ବୁକ ଅଫ ରେକର୍ଡରେ ସାମିଲ ହୋଇଛି ।

ଫଟୋ ସୌଜନ୍ୟ:ANI

ହାଇଦ୍ରାବାଦ: କାଶ୍ମୀରର ପୁଲଓ୍ବାମା ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ଚିତ୍ର ଆଙ୍କି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଭାରତୀୟ ଚିତ୍ରଶିଳ୍ପୀ । ସେ ହେଉଛନ୍ତି ହାଇଦ୍ରାବାଦର ହର୍ଷ ।

ପୁଲଓ୍ବାମାରେ ସହିଦ ହୋଇଥିବା ଯବାନଙ୍କ ଫଟୋ ଚିତ୍ରକୁ ମାତ୍ର 45 ମିନିଟରେ ଆଙ୍କି ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଚିତ୍ରଶିଳ୍ପୀ ହର୍ଷ । ସେ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ବ୍ୟତୀତ ଲିମକା ରେକର୍ଡ, ଇଣ୍ଡିଆନ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇ ସାରିଛନ୍ତି । ଏ ସମ୍ପର୍କରେ ହର୍ଷ ଜଣାଇଛନ୍ତି ।

ତେବେ ହର୍ଷ ନିକଟରେ ଦୁବାଇରେ ଅନୁଷ୍ଠିତ ହୋଇଥିବା ଏକ ଚିତ୍ର ପ୍ରଦର୍ଶନୀରେ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ସେଠାରେ ଦୁବାଇ ରାଜାଙ୍କ ଲାଇଭ ଚିତ୍ର କରି ଫାଷ୍ଟେଷ୍ଟ ଆର୍ଟିଷ୍ଟ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଏନେଇ ହର୍ଷ କହିଛନ୍ତି କି ଚିତ୍ରକଳାରେ ଚଳିତ ବର୍ଷ ମୁଁ ଡକ୍ଟରେଟ ଉପାଧି ହାସଲ କରିଛି । ତେବେ ଯବାନଙ୍କ ଚିତ୍ର ଆଙ୍କି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ଏହା ପୂର୍ବରୁ ମୁଁ ଇଣ୍ଡିଆନ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ସାରିଛି । 2012 ମସିହାରେ 24 ଘଣ୍ଟା ଅନବରତ କାର୍ଯ୍ୟ କରି 507ଟି ଚିତ୍ର ଆଙ୍କିଥିଲି । ଏହି ସମୟ ମଧ୍ୟରେ ନା ମୁଁ ଶୌଚାଳୟ ଯାଇଥିଲି ନା କିଛି ଖାଦ୍ୟ ଗ୍ରହଣ କରିଥିଲି ବୋଲି ହର୍ଷ କହିଛନ୍ତି ।

ତେବେ ଅନ୍ୟ ଏକ ରେକର୍ଡ ଲକ୍ଷରେ ରହିଛନ୍ତି ହର୍ଷ । 2020ରେ ଲଣ୍ଡନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ବିଶ୍ବର ପ୍ରତିଷ୍ଠିତ 45ଜଣ ନେତୃବୃନ୍ଦଙ୍କ ଚିତ୍ର ଆଙ୍କିବାକୁ ପ୍ରସ୍ତୁତ ହେଉଛି । ଏହି ଚିତ୍ର ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି ।

Last Updated : Oct 10, 2019, 9:49 AM IST

ABOUT THE AUTHOR

...view details