ନୂଆଦିଲ୍ଲୀ: ଅଗଷ୍ଟ 5 ତାରିଖରେ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ନିଷ୍ପତ୍ତକୁ ବର୍ଷେ ପୂରିବ । ତେବେ ଏହି ସମୟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ଏବଂ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟ୍ଟକ ସୋମବାର ଏଲଓସି ପରିଦର୍ଶନ କରିଛନ୍ତି । ଉଭୟ ଏଲଓସିରରେ ଚିରି କୋଟ୍ ସେକ୍ଟର ପରିଦର୍ଶନ କରିଥିଲେ ।
370 ଉଚ୍ଛେଦକୁ ପୂରିବ ବର୍ଷେ, ପାକ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ଗଲେ ଏଲଓସି - article 370 pakistan
ଦୁଇଦିନ ପରେ ଅର୍ଥାତ ଅଗଷ୍ଟ 5 ତାରିଖରେ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ନିଷ୍ପତ୍ତକୁ ବର୍ଷେ ପୁରିବ । ତେବେ ଏହି ସମୟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ଏବଂ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟ୍ଟକ ସୋମବାର ଏଲଓସି ପରିଦର୍ଶନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

370 ଉଚ୍ଛେଦକୁ ପୁରିବ ବର୍ଷେ
ସୂଚନାଯୋଗ୍ୟ, ଏହି ଯାତ୍ରା ସମୟରେ ଉଭୟଙ୍କୁ ପାକିସ୍ତାନୀ ସେନା ଦ୍ବାରା ସୀମାର ନୂତନ ପରିସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଥିଲା। କୁରେଶି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ପାକିସ୍ତାନ କାଶ୍ମୀରବାସୀଙ୍କ ସହ ଅଛି ଏବଂ ସେମାନେ 370 ପ୍ରସଙ୍ଗ ନିଶ୍ଚୟ ଉଠାଇବେ ।
ଗତ ବର୍ଷ ଅଗଷ୍ଟ 5 ରେ କାଶ୍ମୀରରୁ ଧାରା 370 ହଟାଯିବା ପରେ ପାକିସ୍ତାନ ସରକାର କ୍ରମାଗତ ଭାବରେ ଚେଷ୍ଟା କରିଥିଲେ ଯେ ବିଶ୍ବର ପ୍ରତ୍ୟେକ ଆନ୍ତର୍ଜାତୀୟ ଫୋରମରେ କାଶ୍ମୀରର 370 ପ୍ରସଙ୍ଗ ଉଠାଇବେ । ହେଲେ ଏଥିରେ ପାକିସ୍ତାନ ଅସଫଳ ହୋଇଥିଲା । ଏହା ସତ୍ତ୍ବେ ବି ପାକିସ୍ତାନ ସୁଧୁରିବାର ନାଁ ଧରୁନି।