ଓଡିଶା

odisha

ETV Bharat / bharat

ଲକ଼ଡାଉନରେ ପ୍ରାୟ 870 ଚାଟାର୍ଡ ଫ୍ଲାଇଟରେ 2 ଲକ୍ଷ ଯାତ୍ରୀଙ୍କ ପରିବହନ: ଡିଜିସିଏ

ଲକଡାଉନ ସମୟରେ ବନ୍ଦେ ଭାରତ ବିମାନ ବ୍ୟତୀତ ପ୍ରାୟ ଦୁଇ ଲକ୍ଷ ଯାତ୍ରୀଙ୍କ ପରିବହନ କରିବା ପାଇଁ ପ୍ରାୟ 870 ଚାଟାର୍ଡ ବିମାନକୁ ଅନୁମତି ପ୍ରଦାନ କରିଛି ଡିଜିସିଏ। ଅଧିକ ଖବର...

ଲକ଼ଡାଉନରେ 870 ଚାର୍ଟାର୍ଡ ବିମାନରେ 2 ଲକ୍ଷ ଯାତ୍ରୀଙ୍କ ପରିବହନ: ଡିଜିସିଏ
ଲକ଼ଡାଉନରେ 870 ଚାର୍ଟାର୍ଡ ବିମାନରେ 2 ଲକ୍ଷ ଯାତ୍ରୀଙ୍କ ପରିବହନ: ଡିଜିସିଏ

By

Published : Jun 16, 2020, 1:19 PM IST

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନକୁ ସୁଗମ କରିବା ପାଇଁ 870 ଚାର୍ଟାର୍ଡ ବିମାନ ଉଡାଣ ଭରିଛି। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅନୁମତି ପ୍ରଦାନ କରିଛି। ବନ୍ଦେ ଭାରତ ମିଶନ ବ୍ୟତୀତ ଚାଟାର୍ଡ ବିମାନରେ ଦେଶ ଓ ବିଦେଶରୁ ପାଖାପାଖି 2 ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ପରିବହନ କରାଯାଇଛି।

ଡିଜିସିଏ ଟୁଇଟ୍ କରି କହିଛନ୍ତି, "ବନ୍ଦେ ଭାରତ ମିଶନକୁ ସହଜ କରିବା ପାଇଁ ଡିଜିସିଏ ପ୍ରାୟ 870 ଚାର୍ଟାର୍ଡ ​​ବିମାନକୁ ଅନୁମତି ଦେଇଛି, ଉଭୟ ଦେଶ ଭିତରେ ତଥା ବାହାରକୁ ପ୍ରାୟ 2 ଲକ୍ଷ ଯାତ୍ରୀ ପରିବହନ କରୁଛନ୍ତି। "

ଏହି ଅପରେସନରେ ଅଂଶଗ୍ରହଣ କରୁଥିବା ଏୟାରଲାଇନ୍ସ ବିଷୟରେ ସୂଚନା ଦେଇଥିବା ଅନ୍ୟ ଏକ ଟୁଇଟ୍‌ରେ ଡିଜିସିଏ କହିଛନ୍ତି ଯେ, କତାର ଏୟାରୱେଜ୍ -81, କେଏଲ୍ଏମ୍ ଡଚ୍ -68, କୁଏତ ଏୟାର -41, ବ୍ରିଟିଶ ଏୟାରୱେଜ୍ -39, ଫ୍ଲାଇଡବାଇ -38, ଏୟାର ଫ୍ରାନ୍ସ -32, ଏହି ଅପରେସନରେ ଜଜିରା -30 ସାମିଲ ଅଛି।

ସେହିପରି ଏୟାର ଆରବ -20, ଗଲ୍ଫ ଏୟାର -19, ଶ୍ରୀଲଙ୍କା -19, ବିମନ୍ ବାଂଲାଦେଶ -15, କୋରିଆ ଏୟାର -14, ଡେଲଟା -13, ସାଉଦି -13 ଏବଂ ଏୟାର ନିପନ୍ -12 ଏହି ଅପରେସନରେ ଅଂଶଗ୍ରହଣ କରିଥିଲେ।

ଏଥିସହ ଏୟାର ନ୍ୟୁଜିଲାଣ୍ଡ -12, ଥାଇ ଏୟାର ଏସିଆ -11, ୟୁନାଇଟେଡ୍ ଏୟାରଲାଇନ୍ସ -11, ଇରାକ ଏୟାରୱେଜ୍ -11, ଓମାନ ଏୟାର -10, ଉରାଲ ଏୟାରଲାଇନ୍ସ -9, ଲୁଫଥାନ୍ସ -8, ସୋମୋନ ଏୟାର -8, କଣ୍ଡୋର -8, ଡିଜିସିଏ ଅନ୍ୟ ଏକ ଟୁଇଟ୍‌ରେ କହିଛି ଯେ ଏମିରେଟ୍ସ -5, ଏତିହାଦ୍ -5, ଏରୋଫ୍ଲଟ୍ -4 ଏବଂ ଭର୍ଜିନ ଆଟଲାଣ୍ଟିକ୍ -4 ମଧ୍ୟ ଚାର୍ଟାର୍ଡ ​​ଅପରେସନରେ ଭାଗ ନେଇଛି।

ABOUT THE AUTHOR

...view details