ଓଡିଶା

odisha

ETV Bharat / bharat

ଯୁଗ-ଅଯୁଗ୍ମ ଫର୍ମୁଲାକୁ ଜଗିବେ ଟ୍ରାଫିକ ପୋଲିସର 200 ଟିମ - ଲାଗୁ ହେଲା ଯୁଗ-ଅଯୁଗ୍ମ ଫର୍ମୂଲା

ମାରାତ୍ମକ ସ୍ଥିତିରେ ଦିଲ୍ଲୀ ବାୟୁର ଗୁଣବତ୍ତା । ସଙ୍ଗୀନ ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ଗତକାଲି ଏୟାର କ୍ବାଲିଟି ଇଣ୍ଡେକ୍ସ ସମସ୍ତ ରେକର୍ଡ ଭାଙ୍ଗିଥିବାବେଳେ ଆଜିଠାରୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି । ସୋମବାର ଠାରୁ ଏହି ନିୟମ କାର୍ଯ୍ୟକ୍ଷମ ହୋଇଥିବାବେଳେ ଏହା ଉପରେ ନଜର ରଖିବେ ଟ୍ରାଫିକ ପୋଲିସର 200ଟିମ ।

ଯୁଗ-ଅଯୁଗ୍ମ ଫର୍ମୂଲାକୁ ଜଗିବେ ଟ୍ରାଫିକ ପୋଲିସର 200 ଟିମ

By

Published : Nov 4, 2019, 8:15 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଲାଗୁ ହେଲା ଯୁଗ୍ମ-ଅଯୁଗ୍ମ ଫର୍ମୁଲା । ମାରାତ୍ମକ ହୋଇଉଠିଥିବା ବାୟୁ ପ୍ରଦୂଷଣକୁ ନେଇ ପୁଣି ଥରେ ଦିଲ୍ଲୀ ସରକାର ଏହାକୁ ଲାଗୁ କରିଛନ୍ତି । ସୋମବାର ଠାରୁ ଏହା କାର୍ଯ୍ୟକ୍ଷମ ହୋଇଥିବାବେଳେ ନଜର ରଖିବେ ଟ୍ରାଫିକ ପୋଲିସର 200ଟିମ । ଏଥିସହ 500 ନାଗରିକ ସୁରକ୍ଷା ସ୍ବଂୟସେବକ ଲୋକଙ୍କୁ ସଚେତନତା କରାଇବେ । ତେବେ ନିୟମ ଭଙ୍ଗ କଲେ 4000ଟଙ୍କା ତଣ୍ଡ ଗଣିବାକୁ ପଡିବ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଗତ ରବିବାର ଏୟାର କ୍ବାଲିଟି ଇଣ୍ଡେକ୍ସ 'ସିଭିୟର ପ୍ଲସ' ସ୍ତରକୁ ବା 999କୁ ଛୁଇଁଥିଲା । ଏହା ପରେ ଦିଲ୍ଲୀ ସରକାର ତୁରନ୍ତ ହେଥ୍ଲ ଆଡଭାଇଜାରୀ ଜାରି କରିଥିଲେ । ତେବେ ଆଜି ମଧ୍ୟ ବାୟୁର ପ୍ରଦୂଷଣ ମାତ୍ରା 500 ପାର କରିଛି । ଲୋଧି ରୋଡରେ ସ୍ଥିତି ସଙ୍ଗୀନ ଥିବାର ଏୟାର କ୍ବାଲିଟି ଇଣ୍ଡେକ୍ସରୁ ଜଣାପଡିଛି ।

ଏହି ନିୟମରେ ଭିଭିଆଇପି, ଭିଆଇପିଙ୍କ ସହ ସ୍କୁଲ ବସ୍‌ ସହ ବିଦ୍ୟୁତ୍ ଚାଳିତ ମୋଟର ଯାନକୁ ଏହି ନିୟମରୁ ଛାଡ କରିବାରୁ ମଧ୍ୟ ନିଷ୍ପତି ହୋଇଛି । ବିଦ୍ୟୁତ ଚାଳିତ ଯାନବାହନ ଚଳାଚଳରେ ପରିବେଶ ପ୍ରଦୂଷଣ ହେଉନଥିବା ଦର୍ଶାଇ ଦିଲ୍ଲୀ ସରକାର ଏହି ନିଷ୍ପତି ନେଇଛନ୍ତି । ଏନେଇ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନଭେମ୍ବର 15 ଯାଏଁ ଏହି ନିୟମ ଲାଗୁ ହେବ ।

ସେପଟେ, ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି କେବଳ ଦିଲ୍ଲୀ ସରକାର ନୁହେଁ ଏଥିପ୍ରତି କେନ୍ଦ୍ର ସରକାର ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । କେବଳ ସ୍କୁଲ ବନ୍ଦ କରିଥିବା ଏହାର ସମାଧାନ ନୁହେଁ ବରଂ ଏହାର ସ୍ଥାୟୀ ସମାଧାନ ବାହାର କରିବାକୁ ହେବ ।

ଏଥିସହ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ । ଯେଉଁଥିରେ ଦିଲ୍ଲୀ ସରକାରର ପ୍ରତିନିଧି, ପଞ୍ଜାବ ଓ ହରିୟାଣାର ପ୍ରତିନିଧି ସାମିଲ ଥିଲେ ।

ABOUT THE AUTHOR

...view details