ନୂଆଦିଲ୍ଲୀ:ସାଧାରଣତନ୍ତ୍ର ଦିବସ ଓ ଆର୍ମି ଦିବସ ପରେଡରେ ଭାଗ ନେବାକୁ ବିଭିନ୍ନ ସ୍ଥାନରୁ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି ଅନେକ ସେନା କର୍ମଚାରୀ । ହେଲେ ଏହାକୁ ଦିନ କେଇଟା ବାକି ରହିଥିବାବେଳେ 150 ସେନା କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରୋଟୋକଲ ଅନୁଯାୟୀ ଦୁଇଟି ପରେଡରେ ଭାଗ ନେବାକୁ ଥିବା କର୍ମଚାରୀଙ୍କର ବାଧ୍ୟତାମୂଳକ କୋଭିଡ ପରୀକ୍ଷା କରାଯିବା ପରେ ଏହା ଜଣାପଡିଛି ।
ସୂତ୍ରରୁ ପ୍ରକାଶ ଯେ, ନଭେମ୍ବର ଶେଷରୁ ଗଣତନ୍ତ୍ର ଦିବସ ଏବଂ ଆର୍ମି ଡେ ପ୍ୟାରେଡ ପାଇଁ 2,000 ରୁ ଅଧିକ ସେନା କର୍ମଚାରୀ ଦିଲ୍ଲୀରେ ପହଞ୍ଚିଛନ୍ତି ଏବଂ ସମସ୍ତଙ୍କୁ ଏକ ଜୈବ ସୁରକ୍ଷିତ ବଳୟରେ ରଖିବା ପୂର୍ବରୁ ସେମାନଙ୍କୁ କୋଭିଡ-19 ପରୀକ୍ଷା ଦେବାକୁ ପଡିବ । ଯେଉଁମାନେ କୋଭିଡ ନେଗେଟିଭ ଚିହ୍ନଟ ହେବେ ସେମାନେ 'ଜୈବ ସୁରକ୍ଷିତ ବଳୟ ରହିପାରିବେ । ମାର୍ଚିଂ କଣ୍ଟିଜେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ କର୍ମଚାରୀଙ୍କ ରହିବା ପାଇଁ 'ଜୈବ ସୁରକ୍ଷିତ ବଳୟ' ସୃଷ୍ଟି କରାଯାଇଛି ।