ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ଏ ସମ୍ବନ୍ଧରେ ସେ ଟ୍ବିଟ ଯୋଗେ ଜଣାଇଛନ୍ତି । ସେ କହିଛନ୍ତି ଯେ, 'ଏହି ଆପ ଏକ ବୃହତ ହତିଆର ଅଟେ । ମୁଁ ଏହାକୁ ଡାଉନଲୋଡ କରି ଦେଇଛି । ଆଉ ଆପଣମାନେ ମଧ୍ୟ ଏହାକୁ ଡାଉନଲୋଡ କରନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ'।
ଆରୋଗ୍ୟ ସେତୁ କୋରୋନା ବିରୋଧରେ ଲଢିବାରେ ବଡ ଅସ୍ତ୍ର: ସ୍ମୃତି ଇରାନୀ - corona awarness
ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିଥିବା ନେଇ ଟ୍ବିଟ କରି ସୂଚନା ଦେଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ । ଅଧିକ ପଢନ୍ତୁ...
ଆରୋଗ୍ୟ ସେତୁ କୋରୋନା ବିରୋଧରେ ଲଢିବାରେ ବଡ ଅସ୍ତ୍ର
ତେବେ ଏହି ଆରୋଗ୍ୟ ସେତୁ ଆପ୍ ଲଞ୍ଚ ହେବାର ଅଳ୍ପ ସମୟ ମଧ୍ୟରେ ଏକ କୋଟିରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିଛନ୍ତି । ଏହି ସରକାରୀ ଆପ ଲୋକମାନଙ୍କୁ କୋରୋନା ଜୀବାଣୁ ସଂକ୍ରମଣର ବିପଦ ଓ ଆଶଙ୍କାକୁ ଆକଳନ କରିବାରେ ସାହାଯ୍ୟ କରିବ । ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ସ୍ମାର୍ଟଫୋନରେ ଡାଉନଲୋଡ୍ ହୋଇପାରିବ ।
ଏହି ସ୍ୱତନ୍ତ୍ର ଆପ ନିକଟସ୍ଥ କୋରୋନା ପଜିଟିଭ ଲୋକମାନଙ୍କ ବିଷୟରେ ଜାଣିବାରେ ସାହାଯ୍ୟ କରିବ । ଏହା ଆପଣଙ୍କ ମୋବାଇଲର ବ୍ଲୁଟୁଥ୍, ମ୍ୟାପ ଏବଂ ମୋବାଇଲ୍ ନମ୍ବର ବ୍ୟବହାର କରି କରାଯାଇଥାଏ ।