ନୂଆଦିଲ୍ଲୀ: କୋରୋନା ସଂକ୍ରମିତଙ୍କ ଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ୍ ୨ ତାରିଖରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍ ଆରମ୍ଭ କରିଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ଇନ୍ଫରମେଟିକ୍ସ ସେଣ୍ଟର(ଏନ୍ଆଇସି) ଏହାକୁ ବିକଶିତ କରିଛି । 2 ଏପ୍ରିଲରେ ଏହି ଆପ୍ ଲଞ୍ଚ କରାଯାଇଥିଲା । 2 ମାସ ମଧ୍ୟରେ ଏହି ଆପର ଡାଉନଲୋଡ୍ ସଂଖ୍ୟା 12 କୋଟି ଅତିକ୍ରମ କରିଛି ।
ଆରୋଗ୍ୟ ସେତୁ ଆପ୍ ଭାରତର ଅଧିକାଂଶ ଡାଉନଲୋଡ୍ ହୋଇଥିବା ସ୍ବାସ୍ଥ୍ୟ ଆପ୍ ତାଲିକାରେ ଶୀର୍ଷରେ ରହିଛି । ନିକଟରେ ସରକାର ଏହି ଆପକୁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଓପନ ସୋର୍ସ କରିଥିଲେ। ଏହାର କିଛି ସମୟ ପରେ, ଆପ୍ 12 ମିଲିୟନ୍ ଡାଉନଲୋଡ୍ ଅତିକ୍ରମ କଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟରେ ଏହା ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରେ କହିଛନ୍ତି, 12 କୋଟି ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତି ଏହାକୁ ଡାଉନଲୋଡ୍ କରିଛନ୍ତି । କୋରୋନା ବିରୋଧରେ ଲଢେଇରେ ଏହା ବହୁତ ସାହାଯ୍ୟ କରିଛି ।