ଓଡିଶା

odisha

ETV Bharat / bharat

ସ୍ତ୍ରୀ ଓ ଶାଳିଙ୍କୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା - army soldier committed suicide after killing his wife latest news

ବିହାରର ପାଟନା ସ୍ଥିତ  ବିହଟା ଥାନା ନିକଟସ୍ଥ  ରାଣୀ ତଲାବ ଥାନାର ସୈଦାବାଦର ଅଞ୍ଚଳରେ ଜଣେ ଆର୍ମୀ ଯବାନ ଚଳନ୍ତା କାର ମଧ୍ୟରେ ନିଜ ସ୍ତ୍ରୀ ଏବଂ ଶାଳିକୁ ଗୁଳିକରି ହତ୍ୟା କରିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ।

amry soldier sucide
ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Dec 2, 2019, 1:34 PM IST

ପାଟନା: ଚଳନ୍ତା ଗାଡିରେ ଗୁଳି ଚଳାଇଲେ ଆର୍ମୀ ଯବାନ । ବିହାରର ପାଟନା ସ୍ଥିତ ବିହଟା ଥାନା ନିକଟସ୍ଥ ରାଣୀ ତଲାବ ଥାନାର ସୈଦାବାଦର ଅଞ୍ଚଳରେ ଜଣେ ଆର୍ମୀ ଯବାନ ଚଳନ୍ତା କାର ମଧ୍ୟରେ ନିଜ ସ୍ତ୍ରୀ ଏବଂ ଶାଳିକୁ ଗୁଳିକରି ହତ୍ୟା କରିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ଅନୁଯାୟୀ, ଆର୍ମୀ ଅଫିସର ବିଷ୍ଣୁ ଗତ 1 ମାସ ହେବ ଡେଙ୍ଗୁ ରୋଗରେ ପିଡୀତ ଥିଲେ । ସେଥିପାଇଁ ଆର୍ମୀ ଯବାନଙ୍କ ସ୍ତ୍ରୀ, ଶାଳୀ ଏବଂ ତାଙ୍କର ଦୁଇ ପୁଅ ଗତ ରବିବାର ଚିକିତ୍ସା ପାଇଁ ପାଟନା ଯାଉଥିଲେ । ଅଧାବାଟରେ ହଠାତ୍ ଆର୍ମୀ ଯବାନ ଜଣଙ୍କ ଗାଡିରେ ରଖିଥିବା ବନ୍ଧୁକ କାଢି ନିଜ ସ୍ତ୍ରୀ ଏବଂ ଶାଳିକୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ।

ଗୁଳିର ଶବ୍ଦ ଶୁଣି ଆଖପାଖରେ ଥିବା ସ୍ଥାନୀୟ ଲୋକେ ଗାଡି ପାଖକୁ ଯାଇଥିଲେ । ସେତେବେଳେ ତିନି ଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଗାଡି ମଧ୍ୟରେ ଥିବା ଦୁଇ ପୁଅଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ଆର୍ମୀ ଯବାନ, ପତ୍ନୀ ଏବଂ ଶାଳିକୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ ମଧ୍ୟ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଅଫିସରଙ୍କ ଏପରି କାଣ୍ଡ ପଛରେ କାରଣ ଅସ୍ପଷ୍ଟ ରହିଛି ।

ଅନ୍ୟପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଆର୍ମୀ ଯବାନ ଜଣଙ୍କ ଡେଙ୍ଗୁ ରୋଗ ପାଇଁ ଡିପ୍ରେସନରେ ରହି ଏଭଳି କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛି ।

ABOUT THE AUTHOR

...view details