ଜମ୍ମୁ: ଜମ୍ମୁ କାଶ୍ମୀରର ରାମବାନ୍ ଜିଲ୍ଲାର ତୁଷାରପାତ ହେଉଥିବା ଡାଗନାରୀ, ବାଞ୍ଜ, ବାଜନ ଏବଂ ମାଲପାଟ୍ଟି ଅଞ୍ଚଳରେ ରହୁଥିବା 350 ପରିବାର ମଧ୍ୟରେ ରାସନ ଏବଂ ମେଡିକାଲ କିଟ୍ ବଣ୍ଟନ କରିଛି ଭାରତୀୟ ସେନା । ଏହା ସହ ମେଡିକାଲ ଏବଂ ପ୍ରାଣୀ ଚିକିତ୍ସା ଶିବିର କରି ମେଡିକାଲ କିଟ ମଧ୍ୟ ବଣ୍ଟନ କରିଛି । ‘କୋରୋନା ମୁକ୍ତ ଆହ୍ବାନ ’ ନାମରେ ଚାଲିଥିବା ଅଭିଯାନରେ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ସେନା । ଏନେଇ ସେନା ମୁଖପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହି କିଟ୍ ଉଚ୍ଚସ୍ଥାନରେ ରହୁଥିବା ଲୋକଙ୍କୁ ଜରୁରୀ ଆବଶ୍ୟକତା ଯୋଗାଇବାରେ ସଫଳ ହେବ । ସମ୍ପୃକ୍ତ ଅଞ୍ଚଳ ଗୁଡିକୁ ସଡକ ପଥରେ ଯୋଗାଯୋଗ ସମ୍ଭବ ହୋଇପାରୁନଥିବା ଯୋଗୁ ଏପରି କୋଭିଡ ମହାମାରୀ ସମୟରେ ସେଠାରେ ବସବାସ କରୁଥିବା ଲୋକ ମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ତେଣୁ ଏହି ଅଭିଯାନ ସେମାନଙ୍କ ପାଇଁ ବେଶ ସହାୟକ ହୋଇପାରିବ ବୋଲି ସେ ମତ ରଖିଛନ୍ତି ।