ଓଡିଶା

odisha

ETV Bharat / bharat

40 ଦିନରେ 260 ଫୁଟ୍ ଝୁଲା ପୋଲ ତିଆରି କରି ରେକର୍ଡ କଲେ ଯବାନ - ଭାରତୀୟ ଯବାନ

ମୈତ୍ରୀ ସେତୁ ଦ୍ବାରା ଲେହ ଏବଂ ଲାଦାଖ ମଧ୍ୟରେ ଗମନାଗମନ ସହଜ ଓ ସୁଗମ ହେବ । ଏହି ସେତୁ ଫଳରେ ଅନେକ ଦୂର ତଥା ଅଗମ୍ୟ ଅଞ୍ଚଳକୁ ଯାତାୟତ ସୁବିଧାଜନକ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

By

Published : Apr 6, 2019, 5:15 AM IST

ଲେହ: ସୀମାରେ ଶତ୍ରୁ କବଳରୁ ଦେଶକୁ ବଞ୍ଚାଇବାରେ ସିଦ୍ଧହସ୍ତ ଭାରତୀୟ ଯବାନ ସୃଷ୍ଟି କରିଛନ୍ତି ଏକ ବିରଳ ରେକର୍ଡ । ଯଦିଓ ଏହା କୌଣସି ବିଶ୍ବରେକର୍ଡ ନୁହେଁ ତଥାପି ବ୍ୟକ୍ତିଗତ ସ୍ତରରେ ଏହା ନିଶ୍ଚୟ ଉଲ୍ଲେଖନୀୟ । ଲେହର ସିନ୍ଧୁ ନଦୀ ଉପରେ ଭାରତୀୟ ଯବାନ ମାତ୍ର 40 ଦିନରେ ତିଆରି କରିଛନ୍ତି 260 ଫୁଟ ଦୀର୍ଘ ବିଶିଷ୍ଟ ଝୁଲା ପୋଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଏହି ସେତୁ ଦ୍ବାରା ଲେହ ଏବଂ ଲାଦାଖ ମଧ୍ୟରେ ଗମନାଗମନ ସହଜ ଓ ସୁଗମ ହେବ । ଏହି ସେତୁ ଫଳରେ ଅନେକ ଦୂର ତଥା ଅଗମ୍ୟ ଅଞ୍ଚଳକୁ ଯାତାୟତ ସୁବିଧାଜନକ ହେବ । ଏହାସହ ଚୋଗଲାମସର, ଷ୍ଟକ ଏବଂ ଚୁଚୋଟ୍‌ ଭଳି ଲେହର ବଡଗାମ ସହ ମୁଖ୍ୟ ସହରର ସଂଯୋଗ ସମ୍ଭବ ହୋଇପାରିବ ।

ଏହାର ନାମ ‘ମୈତ୍ରୀ ସେତୁ’ ରଖାଯାଇଛି । କେବୁଲ ସାହାଯ୍ୟରେ ଏହାର ନିର୍ମିତ ହୋଇଛି । ଏଥିରେ 500 ଟନ୍‌ ସାମଗ୍ରୀ ବ୍ୟବହାର ହୋଇଛି । ସେନା ଅଧୀନରେ ଥିବା ‘ସାହାସ୍‌ ଔର ଯୋଗ୍ୟତା’ ରେଜିମେଣ୍ଟର ଇଞ୍ଜିନିୟର ଏବଂ ‘ଫାୟାର ଆଣ୍ଡ ଫ୍ୟୁରି କର୍ପସ’ ଯବାନ ମିଳିତ ଭାବେ ଏହାକୁ ତିଆରି କରିବାରେ ସକ୍ରିୟ ଭୂମିକା ନେଇଛନ୍ତି ।

ଏହି ସେତୁକୁ 1947-48, 1962, 1971 ଏବଂ 1999 ମସିହାରେ ଜମ୍ମୁ ଓ କାଶ୍ମୀରରେ ହୋଇଥିବା ବିଭିନ୍ନ ଅପରେସନରେ ଭାଗ ନେଇଥିବା ଯବାନଙ୍କ ଦ୍ବାରା ଉଦଘାଟନ୍‌ କରାଯାଇଥିଲା । ଏତେ କମ ସମୟରେ ଏପରି ଏକ ସେତୁ ତିଆରି କରିବାରେ ଏହା ରେକର୍ଡ । ଯବାନଙ୍କ କାର୍ଯ୍ୟକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details