ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ଲଗାତାର ସରକାର ପ୍ରୟାସ ଜାରି ରଖିଛନ୍ତି । ବୁଧବାର ଦେଶର ପ୍ରଥମ ‘ଦେଶୀ ବୋଫର୍ସ’ ଧନୁଷକୁ ଜବଲପୁର ଗନ କ୍ୟାରେଜ ଫ୍ୟାକ୍ଟ୍ରି(ଜିଏସଏଫ୍) ଠାରେ ଭାରତୀୟ ସେନାରେ ସାମିଲ୍ କରାଯାଇଛି । ଏହା ବିଶ୍ବର ସର୍ବଶ୍ରେଷ୍ଠ ତୋପ ଠାରୁ ସର୍ବାଧିକ ଅତ୍ୟାଧୁନିକ ଅଟେ । ଭାରତୀୟ ସେନାର ଆର୍ଟିଲାରି ୱିଂଗରେ ଏହି ତୋପକୁ ସାମିଲ କରାଯାଇଛି । ବୁଧବାର ଭାରତୀୟ ସେନା ଆର୍ମି କୋର କମାଣ୍ଡର କନଫରେନ୍ସରେ ଏହି ସୂଚନା ପ୍ରଦାନ କରାଯାଇଛି । ଏଥିସହ ସେନା ଏହି ତୋପ ପାଇଁ ଆମେରିକୀୟ ଏକ୍ସକାଲିବର ଆର୍ଟିଲାରି ଗୋଳା ବାରୁଦର ବ୍ୟବହାର କରିବ । ଏହା ଫଳରେ ଏବେ ସେନା ଲମ୍ବ ଦୂରଗାମୀ ଲକ୍ଷ୍ୟ ଭେଦ କରିବାରୁ ସକ୍ଷମ ହେବ ।
ଧନୁଷ ତୋପ ସ୍ବିଡେନର 155 ମିମି ବୋଫର୍ସ ତୋପର ସ୍ବେଦଶୀ ଉନ୍ନତ ସଂସ୍କରଣ । ଭାରତ 1980ରେ ବୋଫର୍ସ ତୋପ କ୍ରୟ କରିଥିଲା । ଏହାର ମୂଳ ଡିଜାଇନ ଆଧାରରେ ଧନୁଷର ନିର୍ମାଣ ହୋଇଛି । ଏହି କାରଣରୁ ଏହାକୁ ଦେଶୀ ବୋଫର୍ସ ନାମ ଦିଆଯାଇଛି । ଧନୁଷ 155 ଏମଏମୟ45 କୈଲିବର ତୋପ ଅଟେ । ଏହି ସ୍ବଦେଶୀ ଲମ୍ବ ଦୂରଗମୀ ତୋପ। ପ୍ରାୟ ୩୮ କିଲୋମିଟରକୁ ଟାର୍ଗେଟ କରି ପରିବା କ୍ଷମତା ରଖିଥାଏ । ଯାହା ବୋଫର୍ସ ଠାରୁ 11 କିଲୋମିଟର ଅଧିକ ଅଟେ ।