ନୂଆଦିଲ୍ଲୀ: ଗଲୱାନରେ ଚୀନ୍ ସହିତ ସଂଘର୍ଷ ବେଳେ ଆହତ ହୋଇଥିବା ଯବାନଙ୍କୁ ଭେଟିଲେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ତ ନାରାଭନେ । ମଙ୍ଗଳବାର ଲେହ ଗସ୍ତ କରି ଆହତ ଯବାନଙ୍କୁ ଭେଟିଛନ୍ତି ସେନା ମୁଖ୍ୟ ।
ଜୁନ୍ 15ରେ ହୋଇଥିବା ସଂଘର୍ଷ ଘଟଣାରେ ମୋଟ୍ 76 ଜଣ ଜବାନ ଆହତ ହୋଇଥିଲେ । 20 ଜଣ ଜବାନ ଶହୀଦ ହୋଇଥିଲେ । ସେହିପରି ଚୀନର 40 ଜବାନ ନିହତ ହୋଇଥିଲେ ବୋଲି ଭାରତୀୟ ମିଡିଆ ଦାବି କରୁଥିବା ବେଳେ ଏବେ ସପ୍ତାହେ ପରେ ଚୀନର ବୈଦେଶିକ ମନ୍ତ୍ରାଳୟ ଭାରତର ଦାବିକୁ ଖଣ୍ଡନ କରିଛି ।