ନୂଆଦିଲ୍ଲୀ: ଦୁଇ ଦିନିଆ ଲେହ ଗସ୍ତରେ ସେନାମୁଖ୍ୟ ଏମ୍ଏମ୍ ନରୱାଣେ । 15 ଜୁନରେ ଭାରତ-ଚୀନ ସଂଘର୍ଷରେ 20 ଯବାନ ଶହୀଦ ହେବା ପରେ ଲେହ ଗସ୍ତରେ ଯାଇଛନ୍ତି ସେନାମୁଖ୍ୟ । ଆଜି(ବୁଧବାର) ସେନା ମୁଖ୍ୟ ପୂର୍ବ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ସେ ଯବାନଙ୍କୁ ସମ୍ମାନିତ କରିଛନ୍ତି ।
ଫରୱାର୍ଡ ପୋଷ୍ଟରେ ସେନା ମୁଖ୍ୟ, ଚୀନ ସଂଘର୍ଷରେ ସାମିଲ ଯବାନଙ୍କୁ କଲେ ସମ୍ମାନିତ - ଫରୱାର୍ଡ ପୋଷ୍ଟରେ ପହଞ୍ଚିଲେ ସେନା ମୁଖ୍ୟ
ଆଜି(ବୁଧବାର) ସେନା ମୁଖ୍ୟ ପୂର୍ବ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ସେ ଯବାନଙ୍କୁ ସମ୍ମାନିତ କରିଛନ୍ତି ।
ଚୀନ ସେନାର ମୁକାବିଲା କରିଥିବା ଯବାନଙ୍କୁ ପ୍ରଶଂସା ପତ୍ର ଦେଇଛନ୍ତି ନରୱାଣେ । ପ୍ରକାଶଥାଉକି, ମଙ୍ଗଳବାର ସେନା ମୁଖ୍ୟ ଲଦାଖ ଗସ୍ତରେ ଯାଇଛନ୍ତି । ପ୍ରଥମ ଦିନ ଆହତ ହୋଇଥିବା ଯବାନଙ୍କ ସହ ସାକ୍ଷାତକାର କରିଥିଲେ, ସେମାନଙ୍କ ପ୍ରଶଂସା କରିବା ସହ କାମ ଏଯାଏଁ ଶେଷ ହୋଇନି ବୋଲି କହିଥିଲେ ।
ଆଜି ସେ ପୂର୍ବ ଲଦାଖର ଫରୱାର୍ଡ ଲୋକେସନରେ ପହଞ୍ଚିଛନ୍ତି । ଏହି ସ୍ଥାନରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ହୋଇଥିଲା । ସେନାମୁଖ୍ୟଙ୍କ ସହ ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୟାଇ କେ ଯୋଶୀ ଓ କୋର୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ମଧ୍ୟ ଉପସ୍ଥିତ ଅଛନ୍ତି। ସେନା ମୁଖ୍ୟ ଏଠାରେ ସ୍ଥିତିର ଅନୁଧ୍ୟାନ କରିବେ ଓ କମାଣ୍ଡର୍ସଙ୍କ ସହ ଆଲୋଚନା କରିବେ ।