ଓଡିଶା

odisha

ETV Bharat / bharat

ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ, ଜମ୍ମୁରେ ପହଞ୍ଚିଲେ ସେନାମୁଖ୍ୟ

ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ ସୋମବାର ଜମ୍ମୁ-କାଶ୍ମୀରର ଗସ୍ତରେ ଯାଇଛନ୍ତି । ସେଠାରେ ସେ ପାକିସ୍ତାନ ସୀମାରେ ନିୟୋଜିତ ଯବାନଙ୍କୁ ଭେଟି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ।

ସେନାମୁଖ୍ୟ
ସେନାମୁଖ୍ୟ

By

Published : Jul 13, 2020, 2:31 PM IST

ଶ୍ରୀନଗର: ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରୱଣେ ସୋମବାର ଜମ୍ମୁ-କାଶ୍ମୀରର ଗସ୍ତରେ ଯାଇଛନ୍ତି । ସେଠାରେ ସେ ପାକିସ୍ତାନ ସୀମାରେ ନିୟୋଜିତ ଯବାନଙ୍କୁ ଭେଟି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି । ଜମ୍ମୁ-କାଶ୍ମୀରର ବରିଷ୍ଠ କମାଣ୍ଡର ନରୱଣେଙ୍କୁ ସୁରକ୍ଷା ସ୍ଥିତି ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରିବେ ବୋଲି ଜଣାପଡିଛି ।

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରଠାରୁ ପାକିସ୍ତାନୀ ସେନା ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି । ଚଳିତ ବର୍ଷ ପାକିସ୍ତାନୀ ସେନା ଦ୍ବାରା ସୀମାରେ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ 14 ଭାରତୀୟ ପ୍ରାଣ ହରାଇଛନ୍ତି । ଏଥିରେ 88 ଜଣ ଆହତ ମଧ୍ୟ ହୋଇଥିବା ଜଣାପଡିଛି । ତେବେ ଭାରତ ପାକ୍‌ ସେନାର ଏହି ଅସ୍ତ୍ରବିରତି ଉଲ୍ଲଂଘନକୁ ଶୁକ୍ରବାର କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଦୃଢ ବିରୋଧ ପ୍ରଦର୍ଶନ କରିଥିଲା ।

ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ ସୀମାରେ 2432 ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ସୂତ୍ରରୁ ପ୍ରକାଶ ପାଇଛି । ତେବେ ଭାରତର ବାରମ୍ବାର ବିରୋଧ ସତ୍ବେ ପାକିସ୍ତାନ ସେନା ଏଭଳି କାର୍ଯ୍ୟକଳାପ ବନ୍ଦ କରିନାହାନ୍ତି । 2003 ମସିହାରେ ହୋଇଥିବା ଅସ୍ତ୍ରବିରତି ବୁଝାମଣାକୁ ଅଣଦେଖା କରି ପାକିସ୍ତାନ ସୈନ୍ୟବାହିନୀ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛନ୍ତି । ଯାହାକୁ ଭାରତ କଡା ବିରୋଧ କରିଛି ।

ABOUT THE AUTHOR

...view details