ନୂଆଦିଲ୍ଲୀ: ଆସନ୍ତା ମାସ ଆରମ୍ଭରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନର୍ଭାଣେ ନେପାଳ ଗସ୍ତ କରିବେ। ସେଠାରେ ତାଙ୍କୁ ନେପାଳୀ ସେନାର ‘ମାନ୍ୟବର ଜେନେରାଲ’ ପଦବୀ ପ୍ରଦାନ କରାଯିବ। ତେବେ ଦୁଇ ଦେଶର ତିକ୍ତତା ମଧ୍ୟରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନର୍ଭାଣେ ନେପାଳ ଗସ୍ତ କରିବେ।
ନେପାଳ ସେନାର ମୁଖପାତ୍ର ବ୍ରିଗେଡିୟର୍ ଏସ.ବି ପୌଦୟାଲ ଏକ ବିବୃତ୍ତି ଜାରି କରି କହିଛନ୍ତି, ନେପାଳ ସରକାର ଚଳିତ ବର୍ଷ ଫେବୃଆରୀ 3ରେ ଭାରତର ସେନା ମୁଖ୍ୟଙ୍କ ନେପାଳ ଗସ୍ତକୁ ଅନୁମୋଦନ କରିଥିଲେ। କିନ୍ତୁ ଉଭୟ ଦେଶରେ ଲକଡାଉନ କାରଣରୁ ଏହି ଗସ୍ତକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ ନଭେମ୍ବର ମାସରେ ନେପାଳ ଗସ୍ତ କରିବେ । କିନ୍ତୁ ଏପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇନାହିଁ ।