3ଦିନିଆ ଜାପାନ ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ ବିପିନ ରାୱତ - Army Chief General Bipin Rawa
ମଙ୍ଗଳବାର ଠାରୁ ଜାପାନ ଗସ୍ତରେ ଯାଉଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ । ସାମରିକ ଦୃଷ୍ଟିରୁ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ । କାହିଁକି ସ୍ଥଳସେନା ମୁଖ୍ୟଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ପଢନ୍ତୁ...
ସ୍ଥଳସେନା ମୁଖ୍ୟ ବିପିନ ରାୱତ
ନୂଆଦିଲ୍ଲୀ: ଆସନ୍ତା କାଲି ଠାରୁ ତ୍ରୀଦିବସୀୟ ଜାପାନ ଗସ୍ତରେ ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ସ୍ଥଳସେନା ମୁଖ୍ୟଙ୍କ ନେତୃତ୍ବରେ ଯାଉଥିବା ଏହି ପ୍ରତିନିଧିମଣ୍ଡଳୀ ଜାପାନ ସୁରକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ । ଏହାସହ ‘ଜାପାନର ଆତ୍ମ ସୁରକ୍ଷା ଫୋର୍ସ’ର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ କଥାବାର୍ତା କରିବେ। ଏହି ଯାତ୍ରା ସାମରିକ ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । କାହିଁକି ନା ଜାପାନର ଯବାନ ଆତ୍ମ ସୁରକ୍ଷା କରିବାରେ ମାହିର । ଯାହା ଭାରତ ପାଇଁ ଜରୁରୀ ହୋଇପଡିଛି।