ଓଡିଶା

odisha

ETV Bharat / bharat

ଧାରା 370 ହଟିବା ପରେ ସେନାଧ୍ୟକ୍ଷଙ୍କ ପ୍ରଥମ କାଶ୍ମୀର ଗସ୍ତ

ଘାଟିରୁ ଧାରା 370 ହଟିବା ପରେ ଆର୍ମୀ ଚିଫଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ ହେବାକୁ ଯାଉଛି । ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଘାଟି ଗସ୍ତରେ ଯାଇସାରିଛନ୍ତି ।

ଫାଇଲ ଫଟୋ

By

Published : Aug 30, 2019, 5:06 AM IST

ଶ୍ରୀନଗର: ଆସନ୍ତାକାଲି(ଶୁକ୍ରବାର) ଜାମ୍ମୁ କାଶ୍ମୀର ଗସ୍ତ କରିବେ ସେନାଧ୍ୟକ୍ଷ ବିପିନ ରାୱତ । ଘାଟିରୁ ଧାରା 370 ହଟିବା ପରେ ବିପିନଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ ହେବାକୁ ଯାଉଛି । ସେଠାରେ ସକାଳୁ ପହଞ୍ଚି ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥା ଓ ଘାଟିର ପରିସ୍ଥିତି, ବ୍ୟବସ୍ଥା ଏବଂ ସୁରକ୍ଷା ବଳର ତଦାରଖ କରିବେ ।

ଶୁକ୍ରବାର ଶ୍ରୀନଗର ମହଜିଦରେ ଜୁମାର ନମାଜ ପାଠ ମଧ୍ୟ ହୋଇଥାଏ । ଯାହାର କିଛି ସ୍ବତନ୍ତ୍ର ମହତ୍ବ ରହିଛି । ଅନେକ ସମୟରେ ଜୁମାରେ ହେଉଥିବା ନମାଜ ପାଠ ପରେ ବିଶୃଙ୍ଖଳା ହେଉଥିବା ଦେଖିବାକୁ ମିଳେ । ଏଭଳି ପରିସ୍ଥିତିରେ ସୁରକ୍ଷା ବଳଙ୍କ ସାମ୍ନାରେ ଶୁକ୍ରବାର ହିଁ ସବୁଠୁ ବଡ ଚାଲେଞ୍ଜ । ଯାହାକୁ ତଦାରଖ କରିବାକୁ ବିପିନ ରାୱତ ଶୁକ୍ରବାର କାଶ୍ମୀର ଗସ୍ତ କରିବେ ।

ଅନ୍ୟପଟେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା 370 ଉଚ୍ଛେଦ ପରେ ସେଠାରେ ଲାଗିଥିବା କଟକଣା ମଧ୍ୟ ଧିରେ ଧିରେ ହଟିବା ସହ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବୁଧବାର କହିଥିଲେ ଯେ ଆସନ୍ତା 2ରୁ 3 ମାସ ମଧ୍ୟରେ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ 50 ହଜାର ସରକାରୀ ନିଯୁକ୍ତି ସୃଷ୍ଟି କରାଯିବ । ଏହାସହ ଜାମ୍ମୁକାଶ୍ମୀର ଓ ଲଦାଖକୁ ବିକାଶର ଚକ ଗଡିବା ଦିଗରେ ଯୋଜନା ଆରମ୍ଭ ହୋଇଯାଇଛି ବୋଲି ମଧ୍ୟ ସେ କହିଥିଲେ।

ABOUT THE AUTHOR

...view details