ନୂଆଦିଲ୍ଲୀ: ଜାତୀୟ ମାନବାଧିକାର ଆୟୋଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ସେନାର ପ୍ରଶଂସା କରିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ଭାରତୀୟ ଶସସ୍ତ୍ର ବାହିନୀ ଅନୁଶାସିତ । ସେମାନେ ମାନବାଧିକାର ଆଇନ୍ ଏବଂ ଅନ୍ତର୍ଜାତୀୟ ମାନବାଧିକାର ଆଇନ୍କୁ ସମ୍ମାନ କରନ୍ତି । ସେମାନେ ସର୍ବଦା ଧର୍ମନିରପେକ୍ଷ ରୁହନ୍ତି ବୋଲି ରାୱତ କହିଛନ୍ତି ।
'ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବରେ ଧର୍ମନିରପେକ୍ଷ' - army chief bipin rawat
ଜାତୀୟ ମାନବାଧିକାର ଆୟୋଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ସେନାର ପ୍ରଶଂସା କରିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ଜାଣନ୍ତୁ ସେ କ'ଣ କହିଛନ୍ତି...
ସେ ଆହୁରି କହିଛନ୍ତି ଯେ, ଭାରତୀୟ ସେନାର ବ୍ୟବହାର ମାନବିକତା ଏବଂ ସରଳତାର ମୂଳମନ୍ତ୍ର ଉପରେ ଆଧାରିତ । ସେମାନେ କେବଳ ନିଜ ଲୋକଙ୍କର ନୁହେଁ ବରଂ ଶତୃଙ୍କର ମଧ୍ୟ ମାନବାଧିକାରର ସଂରକ୍ଷଣ କରନ୍ତି । ଯୁଦ୍ଧବନ୍ଦୀଙ୍କ ସହ ଜେନେଭା ସନ୍ଧୀ ଅନୁଯାୟୀ ବ୍ୟବହାର କରନ୍ତି ବୋଲି ସେନାମୁଖ୍ୟ ରାୱତ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦିନକ ପୂର୍ବରୁ ଅର୍ଥାତ ଗୁରୁବାର ବିପିନ ରାୱତଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସିଏଏ ଏବଂ ଏନଆରସିକୁ ନେଇ ସେ କହିଥିଲେ, ଯଦି କେହି ସହରରେ ହିଂସାକାଣ୍ଡ ପାଇଁ ବିଶ୍ବବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଜନତାଙ୍କୁ ଉସୁକାଉଛନ୍ତି ତାହାଲେ ସେହି ବ୍ୟକ୍ତିଙ୍କୁ ନେତା କୁହାଯିବ ନାହିଁ । ତେବେ ରାୱତଙ୍କ ଏହି ବୟାନକୁ ନେଇ ବିରୋଧୀ ଦଳ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକର୍ତ୍ତା ତାଙ୍କୁ ସମାଲୋଚନା କରିଥିଲେ ।