ହାଇଦ୍ରାବାଦ:ସାରା ଦେଶରେ କରୋନା କହର ଜାରି ରହିଛି । ଲୋକ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି । ସରକାର ନୂଆ ନୂଆ ରଣନୀତି ଆପଣାଉଛନ୍ତି । ଟିକାକୁ ନେଇ ଲାଗିରହିଛି କଳ୍ପନା ଜଳ୍ପନା । ଏହାରି ଭିତରେ ରାଜନୈତିକ ଦଳ ରାଜନୀତି ପାଇଁ ଚଳାଇଛନ୍ତି ପ୍ରସ୍ତୁତି ।
ବିଶେଷକରି ଆଗାମୀ ବିହାର ନିର୍ବାଚନକୁ ଦେଖି ସାରା ରାଜ୍ୟରେ ଆରମ୍ଭ ହେଲାଣୀ ନିର୍ବାଚନୀ ମାହୋଲ । ନିଜ ନିଜ ପ୍ରସ୍ତୁତିରେ ଆରମ୍ଭ କରିଛନ୍ତି ଜେଡିୟୁ, ଆରଜେଡି, ଏଲଜେପି, କଂଗ୍ରେସ ବିଜେପି ଦଳ । ସେହିପରି ଆଗାମୀ ବିଧାନସଭା ନିର୍ବାଚନରେ ବିହାରରେ ଆଉ ଏକ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ଘୋଷଣା କରିଛି ।
ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ବିହାର ବିଧାନସଭା ନିର୍ବାଚନରେ 243 ସିଟରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଚନ୍ଦ୍ର ଶେଖର ଆଜାଦଙ୍କ ଦଳ ଆଜାଦ ସମାଜ ପାର୍ଟି ନିର୍ବାଚନରେ ଭାଗ ନେବ ବୋଲି ଆଜି ( ମଙ୍ଗଳବାର) ନିଜେ ସେ ପାଟଣାରେ ଘୋଷଣା କରିଛନ୍ତି ।