ନୂଆଦିଲ୍ଲୀ: କୋରୋନା ଲଢେଇରେ ଭାରତୀୟ ସେନା ସବୁ ସ୍ତରରେ ସାହାଯ୍ୟ କରିବାରେ ଆଗେଇ ଆସିଛି । ବର୍ତ୍ତମାନ ସେନାର 51ଟି ହସ୍ପିଟାଲ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବାର ସୂଚନା ମିଳିଛି । ଏହାସହ 5ଟି ଲ୍ୟାବ ମଧ୍ୟ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ସେନା ଅଧିକାରୀ ।
ଦିଲ୍ଲୀର ଆର୍ମୀ ହସ୍ପିଟାଲ, ବେଙ୍ଗାଲୁରୁର ଏୟାରଫୋର୍ସ କମାଣ୍ଡୋ ହସ୍ପିଟାଲ, ପୁନେର ଆର୍ମ ଫୋର୍ସ ମେଡିକାଲ କଲେଜ, ଲକ୍ଷ୍ନୌର କମାଣ୍ଡୋ ହସ୍ପିଟାଲ ଓ ଉଧାମପୁରରେ କମାଣ୍ଡୋ ହସ୍ପିଟାଲ ମଧ୍ୟ ଏଥିରେ ସାମିଲ ଅଛି । ଏହାସହ ଅନ୍ୟ 6ଟି ହସ୍ପିଟାଲର ଭିତ୍ତିଭୂମୀ ସହ ପ୍ରସ୍ତୁତ ଥିବା ମଧ୍ଯ କୁହାଯାଇଛି । ଭାରତରେ କିଛି ଦିନ ହେବ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି । ତେବେ ଅନ୍ୟ ଦେଶ ତୁଳନାର ଭାରତରେ ସ୍ଥିତି ବର୍ତ୍ତମାନ ସ୍ଥିର ଅଛି ବୋଲି କହିପାରିବା ।