ଓଡିଶା

odisha

ETV Bharat / bharat

ଭାରତୀୟ ତୀରନ୍ଦାଜୀ ସଂଘର ଅଧ୍ୟକ୍ଷ ହେଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା - କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଆର୍ଚରୀ ଆସୋସିଏସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । 4 ବର୍ଷ ସମ୍ଭାଳିବେ ଦାୟିତ୍ବ । ଅଧିକ ପଢ଼ନ୍ତୁ...

Arjun Munda, Archery Association of India,  AAI, AAI President, ଏଏଆଇ ନୂତନ ଅଧ୍ୟକ୍ଷ,  କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆର୍ଚରୀ ଆସୋସିଏସନ ଅଫ ଇଣ୍ଡିଆ
ଭାରତୀୟ ତୀରନ୍ଦାଜୀ ସଂଘର ଅଧ୍ୟକ୍ଷ ହେଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

By

Published : Jan 18, 2020, 9:50 PM IST

ହାଇଦ୍ରାବାଦ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆର୍ଚରୀ ଆସୋସିଏସନ ଅଫ ଇଣ୍ଡିଆ (ଏଏଆଇ)ର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିପକ୍ଷରେ ବିଭିପି ରାଓଙ୍କୁ 34-18 ଭୋଟରେ ହରାଇଛନ୍ତି ମୁଣ୍ଡା ।

ଅର୍ଜୁନ ମୁଣ୍ଡାଙ୍କ କାର୍ଯ୍ୟକାଳ 4 ବର୍ଷର ରହିବ । ସେପଟେ ହରିୟାଣାର କ୍ୟାପ୍ଟେନ ଅଭିମନ୍ୟୁ ଶର୍ମାଙ୍କୁ ଉପାଧ୍ୟକ୍ଷ ପଦ ମିଳିଥିବା ବେଳେ ଉତ୍ତରାଖଣ୍ଡର ରାଜେନ୍ଦ୍ର ସିଂହ ତୋମାର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଭାରତୀୟ ତୀରନ୍ଦାଜୀ ସଂଘର ନିର୍ବାଚନ ଶନିବାର ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିଲା । ବିଗତ ବର୍ଷ ମଧୟ ମୁଣ୍ଡା ଏହି ପଦ ପାଇଁ ଆବେଦନ କରିଥିଲେ କିନ୍ତୁ କୌଣସି କାରଣରୁ ତାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା ।

ସୂଚନା ଯୋଗ୍ୟ ଯେ ମନ୍ତ୍ରୀ ମୁଣ୍ଡାଙ୍କର ତୀରନ୍ଦାଜୀ ସହ ଆଗରୁ ସମ୍ପର୍କ ରହିଛି । 2006ରେ ମୁଣ୍ଡାଙ୍କ ପ୍ରଚେଷ୍ଟା କ୍ରମେ ଝାଡଖଣ୍ଡ ସରେଇକେଲାର ଦୁଗୁନି ଠାରେ ତୀରନ୍ଦାଜୀ ଏକାଡେମୀ ପ୍ରତିଷ୍ଠା କରାଯାଇଥିଲା । ଯେଉଁଠାରେ ଆଦିବାସୀ ତିରନ୍ଦାଜ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ । ଏହାସହ ମୁଣ୍ଡାଙ୍କ ପ୍ରଚେଷ୍ଟାରେ ଖରସୁଆଁର ଅର୍ଜୁନା ଷ୍ଟାଡିୟମରେ ମଧ୍ୟ ତୀରନ୍ଦାଜୀ ସେଣ୍ଟର ପରିଚାଳିତ ହେଉଛି । ସରେଇକେଲା ଓ ଖରସୁଆଁ ଠାରେ ଅର୍ଜୁନ ମୁଣ୍ଡାଙ୍କ ସ୍ତ୍ରୀ ମୀରା ମୁଣ୍ଡା ସମସ୍ତ ଦାୟିତ୍ବ ସମ୍ଭାଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details