କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କେଇଦିନ ବାକି ରହିଛି । ଏହା ପୂର୍ବରୁ ଟଳମଳ ହେଉଛି ତୃଣମୂଳ କଂଗ୍ରେସ । ଗୋଟିଏ ପରେ ଗୋଟିଏ ନେତା ଛାଡୁଛନ୍ତି ଦଳ । ଆଉ ଦୋହଲିବାକୁ ଲାଗିଛି ମମତାଙ୍କ ଗଡ । ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସର ଆଉ ଜଣେ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ।
ପଶ୍ଚିମବଙ୍ଗ ନଦିଆର ଶାନ୍ତିପୁର ବିଧାନସଭା ଆସନର ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ବିଜେପିରେ ଯୋଗଦେଇଛନ୍ତି। ସୂଚନା ଅନୁଯାୟୀ ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ବୁଧବାର ଦିଲ୍ଲୀରେ ପହଞ୍ଚି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କୁ ଭେଟିଥିଲେ । ଏହାପରେ ସେ ବିଜେପିରେ ସାମିଲ ହୋଇଛନ୍ତି ।