ଗାନ୍ଧୀନଗର: କୋରୋନା ଭାଇରସ ଭୟରେ ସବୁଆଡେ ଲକ ଡାଉନ। ଅଖ ବନ୍ଦ ଓ ଚକ ବି ବନ୍ଦ। ଏହି ସମୟରେ ବାହରକୁ ବାହାରିଲେ ନିର୍ଘାତିଆ ମାଡ। ତେବେ ଏଭଳି ଏକ ଶୋଚନୀୟ ପରିସ୍ଥିତିରେ ଗରିବଙ୍କ ବଢିଯାଇଛି ପେଟ ଚିନ୍ତା। କାମଧନ୍ଦା ବନ୍ଦ ଥିବାରୁ ପେଟ ମଧ୍ୟ ଅପୁରା ରହିବା ସ୍ବାଭାବିକ।
କୋଭିଡ୍ ଯୁଦ୍ଧ: ଭୋକିଲାଙ୍କ ଭୋକ ମେଣ୍ଟାଇବାକୁ ପ୍ରସ୍ତୁତ ହୋଇଛି 4 ଲକ୍ଷ ରୋଟି - corona virus update
କୋରୋନାଭାଇରସ୍ ଲକଡାଉନ ମଧ୍ୟରେ ରାଜକୋଟରେ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି ଆରହାମ ଯୁବ ସେବା ଗ୍ରୁପ୍ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ।
![କୋଭିଡ୍ ଯୁଦ୍ଧ: ଭୋକିଲାଙ୍କ ଭୋକ ମେଣ୍ଟାଇବାକୁ ପ୍ରସ୍ତୁତ ହୋଇଛି 4 ଲକ୍ଷ ରୋଟି Arham Yuva Seva Group](https://etvbharatimages.akamaized.net/etvbharat/prod-images/768-512-6691899-747-6691899-1586229565215.jpg)
ହେଲେ ଏହି ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି ଅନେକ ବଦାନ୍ୟ ବ୍ୟକ୍ତି ଓ କିଛି ସ୍ବେଚ୍ଛାସେବୀ ସଙ୍ଗଠନ। ଯେଉଁ ମାନେ ଏମାନଙ୍କୁ ଭୋକରେ ଶୋଇବାକୁ ଦେଉ ନାହାଁନ୍ତି।ତେବେ କୋରୋନାଭାଇରସ୍ ଲକ ଡାଉନ୍ ମଧ୍ୟରେ ରାଜକୋଟରେ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି ଆରହାମ ଯୁବ ସେବା ଗ୍ରୁପ୍ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ। ଏହାର ସଦସ୍ୟ ମାନେ ରୋଟି ପ୍ରସ୍ତୁତ କରି ଲୋକଙ୍କ ମୁହଁରେ ଦାନ ଯୋଗାଉଛନ୍ତି।
ସଙ୍ଗଠନର ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, "ଆମେ ବର୍ତ୍ତମାନ ପର୍ଯ୍ୟନ୍ତ 4 ଲକ୍ଷରୁ ଅଧିକ ରୋଟି ଲୋକଙ୍କୁ ଖାଇବାତୁ ଦେଇସାରିଛୁ। ତାଲା ବନ୍ଦ ନହେବା ପର୍ଯ୍ୟନ୍ତ ଆମେ ଏହି କାର୍ଯ୍ୟ ଜାରି ରଖିବୁ।"