ଓଡିଶା

odisha

ETV Bharat / bharat

ଭୋପାଳରେ ହାଇଡ୍ରାମା: ଆୟକର ଚଢାଉ ବେଳେ ଏମପି ପୋଲିସ-CRPF ମୁହାଁମୁହିଁ - Argument

ଭୋପାଳର ପ୍ଲାଟିନମ ପ୍ଲାଜାର ଷଷ୍ଠ ମହଲାରେ ଓଏସିଡି ପ୍ରବୀଣ କକ୍କଡଙ୍କ ସମ୍ପର୍କୀୟ ପ୍ରତୀକ ଯୋଶୀ ଓ ଅଶ୍ବିନୀ ଶର୍ମା ରୁହନ୍ତି। ଯେଉଁଠି ସିଆରପିଏଫ ଯବାନଙ୍କ ସହାୟତାରେ ଆୟକର ବିଭାଗ ଚଢାଉ କରିଥିଲେ। ଚଢାଉ ଜାରି ରହିଥିବା ବେଳେ ଏମପି ପୋଲିସ ପ୍ଲାଟିନମ ପ୍ଲାଜାକୁ ଘେରି ନେଇଥିଲା।

ଫଟୋ ସୌଜନ୍ୟ: ଏଏନଆଇ

By

Published : Apr 7, 2019, 8:35 PM IST

Updated : Apr 7, 2019, 8:41 PM IST

ଭୋପାଳ: ମଧ୍ୟ ପ୍ରଦେଶରେ ପଶ୍ଚିମବଙ୍ଗ ଏପିସୋଡର ରିପିଟ। କଲିକତା ହାଇଡ୍ରାମା ମନରୁ ନ ଭିଳୁନୁ ଭୋପାଳରେ ପୁଣି ହାଇଡ୍ରାମା। ନିର୍ବାଚନୀ ମାହୋଲରେ ପୁଣି ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁହାଁମୁହିଁ ହେବା ଦେଶରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ରବିବାର ଭୋପାଳରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ମୁହାଁମୁହିଁ ହୋଇଛନ୍ତି। ଆୟକର ବିଭାଗର ଚଢାଉ ବେଳେ ସିଆରପିଏଫ୍ ଟିମ୍ ଏବଂ ମଧ୍ୟପ୍ରଦେଶ ପୋଲିସ ମଧ୍ୟରେ କଳହ ସୃଷ୍ଟି ହୋଇଛି । କମଳନାଥ ସରକାରଙ୍କ ପୋଲିସ ପ୍ଲାଟିନମ ପ୍ଲାଜାରେ ପହଞ୍ଚି ସିଆରପିଏଫ ଟିମ୍ ସହ ବଚସା କରିଥିବା ସୂଚନା ମିଳିଛି । ଏହାସହ ଭୋପାଳ ଓ ଇନ୍ଦୋରରେ ଆୟକର ବିଭାଗ ଅଧିକାରୀଙ୍କ ଦ୍ବାରା ଚାଲୁଥିବା ଚଢାଉ ବେଳେ ରାଜ୍ୟ ପୋଲିସ ଉକ୍ତ ସ୍ଥାନ ଗୁଡିକରେ ପ୍ରବେଶ କରିବାକୁ ପ୍ରୟାସ କରିଛି । ଏଥିସହିତ ଏହି ଘଟଣା ପରେ ପ୍ଲାଟିନମ ପ୍ଲାଜାରେ ଆଉ ଗୋଟିଏ ସିଆରପିଏଫ୍ ଯବାନଙ୍କ ଭର୍ତ୍ତି ବସ୍ ପହଞ୍ଚିଛି ।

ଭୋପାଳର ପ୍ଲାଟିନମ ପ୍ଲାଜାର ଷଷ୍ଠ ମହଲାରେ ଓଏସିଡି ପ୍ରବୀଣ କକ୍କଡଙ୍କ ସମ୍ପର୍କୀୟ ପ୍ରତୀକ ଯୋଶୀ ଓ ଅଶ୍ବିନୀ ଶର୍ମା ରହନ୍ତି । ଯେଉଁଠି ସିଆରପିଏଫ ଯବାନଙ୍କ ସହାୟତାରେ ଆୟକର ବିଭାଗ ଅଧିକାରୀ ଚଢାଉ କରିଥିଲେ। ଚଢାଉ ଜାରି ରହିଥିବା ବେଳେ ଏମପି ପୋଲିସ ପ୍ଲାଟିନମ ପ୍ଲାଜାକୁ ଘେରି ନେଇଥିଲା। ଏହାସହ ପୋଲିସ ଓ ସିଆରପିଏଫ ମଧ୍ୟରେ ବଚସା ହେବାର ଦେଖାଯାଇଥିଲା।

ଭୋପାଳର ଏସପି ସିଟି ଭୁପିନ୍ଦର ସିଂ କହିଛନ୍ତି ଯେ, ଚଢାଉ ସହ ଆମର କୌଣସି ସମ୍ପର୍କ ନାହିଁ। ଏଠାରେ ଲୋକମାନେ ବାସ କରନ୍ତି। ଲୋକେ ଚିକିତ୍ସା ସହାୟତା ପାଇଁ ସ୍ଥାନୀୟ ଏସଏଚଓଙ୍କୁ ଡାକିଥିଲେ। ସେମାନଙ୍କ ଚଢାଉ ଯୋଗୁଁ ବିଲ୍ଡିଂର ପରିସରକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ଆମେ ଲୋକଙ୍କ ସହାୟତା ପାଇଁ ଏଠାରେ ପହଞ୍ଚିଛୁ ।

ଅନ୍ୟପକ୍ଷେ ସିଆରପିଏଫ ଅଧିକାରୀ ପ୍ରଦୀପ କୁମାର କହିଛନ୍ତି ଯେ, ମଧ୍ୟ ପ୍ରଦେଶ ପୋଲିସ ଆମକୁ କାମ କରିବାକୁ ଦେଉ ନାହିଁ । ସେମାନେ ଆମକୁ ଗାଳି ଗୁଲଜ କରୁଛନ୍ତି। ଆମେ କେବଳ ବରିଷ୍ଠ ଅଧିକାରୀଙ୍କ ଆଦେଶକୁ ପାଳନ କରୁଛୁ । ଏପରିକି ବରିଷ୍ଠ ଅଧିକାରୀ ବିଲ୍ଡିଂ ଭିତରେ କାହାକୁ ପ୍ରବେଶ କରାଇବାକୁ ଆମକୁ ମନା କରିଛନ୍ତି ବୋଲି ପ୍ରଦୀପ କୁମାର କହିଛନ୍ତି।

Last Updated : Apr 7, 2019, 8:41 PM IST

For All Latest Updates

ABOUT THE AUTHOR

...view details