କୋରୋନା ବିସ୍ତାର ନେଇ ବର୍ତ୍ତମାନ ଘରେ ସୁରକ୍ଷିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ପ୍ରାୟ ଅଫିସ ୱାର୍କ ଫର୍ମ ହୋମ ପଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଫଳରେ କିଛି ଲୋକଙ୍କର ପ୍ରତିଦିନର ରୁଟିନରେ ହୋଇଛି ସମ୍ପୂର୍ଣ୍ଣ ପରିବର୍ତ୍ତନ । କିଛି ଲୋକ ଘରେ ବସି କାମ କରିବା ଦ୍ବାରା ମୋଟାପଣର ଶିକାର ହେଉଛନ୍ତି । ତେବେ ଏହି ଉପାୟ ଦ୍ବାରା ଆପଣ ଘରେ କାମ କରି ମଧ୍ୟ ରହିପାରିବେ ଫିଟ ଏବଂ ସ୍ଲିମ । ନିଜ ଓଜନ ଉପର କାବୁ ରଖିପାରିବେ ।
କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ
ଆପଣ ପୂର୍ବରୁ ଖାଦ୍ୟ ଏବଂ କାର୍ଯ୍ୟ ସମୟ ବା ରୁଟିନ ହିସାବରେ କରୁଥିଲେ । କିନ୍ତୁ ବର୍ତ୍ତମାନ ଘରେ ରହିବା ଦ୍ବାରା କେଉଁଥିରେ ସନ୍ତୁଳନ ରକ୍ଷା ହୋଇ ପାରୁନାହିଁ। ତେଣୁ ଖାଦ୍ୟ ଖାଇବା ବେଳେ କ୍ୟାଲୋରୀଯୁକ୍ତଖାଦ୍ୟ କମ ଖାଆନ୍ତୁ । ଏହା ଦ୍ବାରା ଆପଣ ଫିଟ ରହିବେ ।