ଓଡିଶା

odisha

ETV Bharat / bharat

ଜିମ୍ ଖୋଲିବା ନିରାପଦ କି? - ସୁଖୀଭଦ

ବର୍ତ୍ତମାନର କୋଭିଡ ପରିସ୍ଥିତି ଦୃଷ୍ଟିରୁ ଜିମ୍ନାସିୟମ ଖୋଲିବା ନିରାପଦ ହେବ କି? ବ୍ୟବସାୟିକ ପ୍ରତିଷ୍ଠାନ ଓ ସବ ର୍ସାଧାରଣ ସ୍ଥାନ ପୁଣି ଖୋଲୁଥିବା ବେଳେ ଜିମ୍ ଓ ଫିଟନେସ ସେଂଟରଗୁଡିକ ଖୋଲିବା ନେଇ ବିତର୍କ ଆରମ୍ଭ ହୋଇଯାଇଛି ।

Gym, gym business, gym amid lockdown, latest health news, ଜିମ୍‌, ଲକଡାଉନରେ ଜିମ୍‌, ଜିମ୍‌ ବ୍ୟବସାୟ, ଲାଟେଷ୍ଟ ସ୍ବାସ୍ଥ୍ୟ ଖବର
ଜିମ୍ ଖୋଲିବା ନିରାପଦ କି?

By

Published : Jul 30, 2020, 10:22 PM IST

ବର୍ତ୍ତମାନର କୋଭିଡ ପରିସ୍ଥିତି ଦୃଷ୍ଟିରୁ ଜିମ୍ନାସିୟମ ଖୋଲିବା ନିରାପଦ ହେବ କି? ବ୍ୟବସାୟିକ ପ୍ରତିଷ୍ଠାନ ଓ ସବ ର୍ସାଧାରଣ ସ୍ଥାନ ପୁଣି ଖୋଲୁଥିବା ବେଳେ ଜିମ୍ ଓ ଫିଟନେସ ସେଂଟରଗୁଡିକ ଖୋଲିବା ନେଇ ବିତର୍କ ଆରମ୍ଭ ହୋଇଯାଇଛି । କାରଣ ସଦ୍ୟତମ କୋଭିଡ ଗବେଷଣା ଅନୁସାରେ ଭୂତାଣୁ ସଂକ୍ରମଣ ବାୟୁବାହିତ ବି ହୋଇପାରେ ।

ଅନଲକ୍ ପର୍ଯ୍ୟାୟରେ ଜିମଗୁଡିକ ଖୋଲିଲେ, ନିଶ୍ଚିତ ଭାବେ ଏହା ଏକ ବଡ ରିସ୍କ ହେବ । କାରଣ ଏଗୁଡିକ କୋରୋନା ଭାଇରସ ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଅଧିକ । ଏ ବାବଦରେ ଇଟିଭି ଭାରତ ସୁଖୀଭବ ଟିମ୍ ଫିଟନେସ ଇଣ୍ଡଷ୍ଟ୍ରି ସହ ଦୀର୍ଘ ଏକ ଦଶକ ଧରି ଜଡିତ ଥିବା ପ୍ରଦୀପ ମୌର୍ଯ୍ୟଙ୍କ ସହ ଆଲୋଚନା କରିଥିଲା । ୱେଟ୍ ରୁମ୍ , କାର୍ଡିଓ ମେସିନ ଓ ଜିମ୍ ୱାଇପ ବାବଦରେ କଣ କରାଯିବ, ସେନେଇ କେତେକ ପରାମର୍ଶ ଦେଇଛନ୍ତି ପ୍ରଦୀପ ମୌର୍ଯ୍ୟ ।

ଟ୍ରେଡମିଲରେ କିଭଳି ସାମାଜିକ ଦୂରତ୍ବ ବଜାୟ ରଖାଯାଇପାରିବ ଏବଂ ୱାର୍କଆଉଟ୍ ବେଳେ କାହିଁକି ଗୁଡାଏ ଟାୱେଲ ରଖିବାକୁ ପଡିବ, ସଂପର୍କରେ ସୂଚନା ଦେଇଛନ୍ତି ପ୍ରଦୀପ ମୌର୍ଯ୍ୟ । ଜିମ୍ ଖୋଲିବା ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ନ ଥିବା ବେଳେ ବ୍ୟକ୍ତିଗତ ସ୍ତରରେ ଜିମଗୁଡିକ କୋରୋନାକୁ ଦୃଷ୍ଟିରେ ରଖି ନିଜ ନିଜର ସୁରକ୍ଷା ଓ ବିଶୋଧନ ବ୍ୟବସ୍ଥା କରିବେ । ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡ ଭୂତାଣୁ ସଂକ୍ରମଣ ନେଇ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି । ଭାଇରସ କଣିବାଗୁଡିକ ବାୟୁ ଦ୍ବାରା ସଂକ୍ରମଣ କରିପାରନ୍ତି ବୋଲି ସଂଶୋଧିତ ଗାଇଡଲାଇନ୍ସରେ କୁହାଯାଇଛି । ସେ ଦୃଷ୍ଟିରୁ ଜିମ୍‌ଗୁଡିକ ଖୋଲିବା ବେଶ୍‌ ଆହ୍ବାନପୂର୍ଣ୍ଣ ବୋଲି ପ୍ରଦୀପ କହିଛନ୍ତି ।

ଫ୍ଲୋରିଡା ବିଶ୍ବବିଦ୍ୟାଳୟ ଅନୁସାରେ ଆମେ ଜୋରଦାର ବ୍ୟାୟାମ କସରତ କରିବା ଦ୍ବାରା ଆମେ ନିଶ୍ବାସ ପ୍ରଶ୍ବାସ ନେଇ ଅକ୍ସିଜେନ୍ ବର୍ନ କରୁଥିବାରୁ ଆମ ଫୁସଫୁସ ଉପରେ ଅଧିକ ଚାପ ପକାଉଥାଉ । ଆମର ବ୍ରିଥିଂ ରେଟ୍ ୭ରୁ ୧୦ ପ୍ରତିଶତ ବଢିଯାଇଥାଏ । ଏହାର ଅର୍ଥ ହେଲା ଯେ, ଜଣେ ଯଦି ନିଶ୍ବାସ ଛାଡିବାରେ ଭୂତାଣୁର ଅଣୁ 3ରୁ 6 ମିଟର ପରିଧି ମଧ୍ୟରେ ଛାଡେ,ତାହା ହେଲେ ସଂକ୍ରମଣ ଆଶଙ୍କା ରହିବ । ଯଦି ଜୋରଦାର ବ୍ୟାୟାମ କରାଯାଏ,ତାହା ହେଲେ ଏହି ପରିଧି 15ରୁ 20 ମିଟର ଯାଏଁ ବ୍ୟାପିଯିବ । ଏ ପରିପ୍ରେକ୍ଷୀରେ ଜିମ୍ ଗୁଡିକରେ ସଂକ୍ରମଣ ହେବା ଆଶଙ୍କା ଅଧିକ ରହିବ ।

ଏହାଛଡା ଜୋରଦାର ବ୍ୟାୟାମ କଲେ ଆପଣଙ୍କ ନାକ ଓ ଆଖିରୁ ପାଣି ବୋହିବ । ଯଦି ଆପଣ କୋଭିଡ ସଂକ୍ରମିତ ହୋଇଯାଇଥିବେ, ତାହା ହେଲେ ନାକରୁ ଶ୍ଲେଷ ବୋହି ଚଟାଣରେ ପଡିବ । ଏହା ସଂସ୍ପର୍ଶରେ ଆସିଲେ ଜଣ ସଂକ୍ରମିତ ହେବ ।

ଜିମ୍‌ରେ ସୁରକ୍ଷା ପାଇଁ ପଦକ୍ଷେପ

. ଜିମ୍ ଯିବା ଆଗରୁ ସୀମିତ ସଂଖ୍ୟକ ସଦସ୍ୟଙ୍କୁ ହିଁ ଗୋଟିଏ ସମୟରେ ଯେମିତି ଡକାଯାଏ, ତାହା ନିଶ୍ଚିତ କରନ୍ତୁ । ସେ ଅନୁସାରେ ନିଜର ସ୍ଲଟ ବୁକ୍ କରନ୍ତୁ ।

. ଜିମରେ ବିଶୋଧନ ବ୍ୟବସ୍ଥା କେମିତି ରହିଛି, ସେ ବାବଦରେ ଜାଣନ୍ତୁ । ଜିମ୍‌ରେ ଥିବା ସବୁ ବ୍ୟବସ୍ଥା ଓ ଉପକରଣ ଯେମିତି ସଫାସୁତୁରା ଓ ବିଶୋଧିତ ହେବ,ତାହା ନିଶ୍ଚିତ କରନ୍ତୁ ।

. ଆପଣ ଯଦି ଜିମ୍‌ରେ ଗ୍ରୁପ୍ ୱାର୍କ ଆଉଟ୍ ସେସନ୍ ପ୍ରତି ଆଗ୍ରହୀ ଅଛନ୍ତି, ତାହା ହେଲେ ସେ ସେବା ଉପଲବ୍ଧ ଅଛି କି ନାହିଁ ଜାଣିରଖନ୍ତୁ ।

. ଆପଣଙ୍କ ଜିମ୍‌ରେ ପ୍ରତ୍ୟେକ କାର୍ଡିଓ ମେସିନରେ ସାମାଜିକ ଦୂରତା ପାଇଁ ନିୟମ ଥାଇପାରେ । ନିଜର ଓ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଏହି ନିୟମ ପାଳନ କରନ୍ତୁ । ଫୋମ୍ ,କାଠ ବ୍ଲକ୍‌ ଜିମ୍ ରେ ଉପଲବ୍ଧ ହୋଇ ନ ପାରେ ।କାରଣ ଏଗୁଡିକ ସଫା କରିବା କଷ୍ଟକର ।

. ଯଦି ଆପଣ ସଂକ୍ରମିତ ହେବା ଆଶଙ୍କା ଅଧିକ ବୋଲି ଭାବୁଛନ୍ତି, ତାହା ହେଲେ ଜିମ୍ ନ ଯିବା ଉଚିତ ହେବ । କିନ୍ତୁ ଜିମ୍ ଦ୍ୱାରା ଉପଲବ୍ଧ ଅନଲାଇନ୍ କ୍ଲାସର ଆପଣ ଫାଇଦା ନେଇପାରିବେ ।

ABOUT THE AUTHOR

...view details