ଓଡିଶା

odisha

ETV Bharat / bharat

ସୁଧୁରୁନି ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତି - delhi pollution

ଥମିବାର ନାଁ ନେଉନି ଦିଲ୍ଲୀ ପ୍ରଦୂଷଣ। ଅଣନିଶ୍ବାସୀ ହେଉଛନ୍ତି ଦିଲ୍ଲୀବାସୀ। ମଙ୍ଗଳବାର ସକାଳୁ ମଧ୍ୟ ପ୍ରଦୂଷଣ ମାତ୍ରା କମିନଥିବା ଜଣାପଡିଛି। ଆଗକୁ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 19, 2019, 8:59 AM IST

ନୂଆଦିଲ୍ଲୀ: ସୁଧୁରୁନି ଦିଲ୍ଲୀ ସ୍ଥିତି। ଥମିବାର ନାଁ ନେଉନି ପ୍ରଦୂଷଣର ମାତ୍ରା। ଚାରିଆଡେ ଘୋଡେଇ ହୋଇ ରହିଛି ପ୍ରଦୂଷଣର ବଳୟ। ବାହାରକୁ ବାହାରିବା ହେଉଛି କଷ୍ଟକର। କେବଳ ଜରୁରୀ କାମକୁ ଛାଡିଦେଲେ ଲୋକେ ଘରୁ ବାହାରିବା ପୂର୍ବରୁ ଅନେକ ଥର ଭାବୁଛନ୍ତି। ପ୍ରାୟ ସମସ୍ତେ ମାସ୍କ ବ୍ୟବାହାର କରୁଛନ୍ତି ।

କେନ୍ଦ୍ର ପ୍ରଦୂଷଣ ବୋର୍ଡର ଏକ୍ୟୁଆଇ ତଥ୍ୟ ଅନୁସାରେ ଆଜି ମଧ୍ୟ ଦୁର୍ବଳ ରହିଛି ଏଠାକାର ସ୍ଥିତି । ଜବାହାରଲାଲ ନେହରୁ ଷ୍ଟାଡିୟମ ନିକଟରେ ପ୍ରଦୂଷଣ ବୋର୍ଡ ତଥ୍ୟ ଅନୁସାରେ ଆଜିର ଏକ୍ୟୁଆଇ 212ରହିଥିବା ଜଣାପଡିଛି।

ରବିବାର ଏହାକୁ ନେଇ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ। ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟର ଅଧ୍ୟକ୍ଷ ସିକେ ମିଶ୍ରଙ୍କ ଅଧକ୍ଷତାରେ ହୋଇଥିଲା ବୈଠକ । ଗୃହ ଏବଂ ସହରଞ୍ଚଳ ବିକାଶ, କୃଷି ଏବଂ ଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଥିଲେ।

ABOUT THE AUTHOR

...view details