ଓଡିଶା

odisha

ETV Bharat / bharat

ଆପ୍ ନା ମରଣଯନ୍ତା ?

ଡିଜିଟାଲ ଲୋନ୍ ଆପଗୁଡିକ ଷ୍ଟାଫମାନେ ଜୋକଠାରୁ ବି ଖରାପ । ଜୋକମାନେ ତ ମଣିଷ ରକ୍ତ ଶୋଷନ୍ତି । କିନ୍ତୁ ଆପ୍ଅ ର୍ଗାନାଇଜରମାନେ ତ ମଣିଷଙ୍କ ଜୀବନ ନେଇଯାଆନ୍ତି । ଡିଜିଟାଲ ଲୋନ୍ ଆପଗୁଡିକର କାର୍ଯ୍ୟକଳାପ ବିରୋଧରେ ଜନସ୍ୱାର୍ଥମୂଳକ ଆବେଦନ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତେଲେଙ୍ଗାନା ହାଇକୋର୍ଟ । ଋଣ ନେଇଥିବା ଲୋକଙ୍କୁ ଏସବୁ ଆପ୍‌ଗୁଡିକର ନିର୍ଯାତନା ଓ ଶୋଷଣ ଅନେକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି । ଏହି ଆପଗୁଡିକ ଲୋକଙ୍କୁ ବିନା କୌଣସି କାଗଜପତ୍ରରେ ତତକ୍ଷଣାତ ଋଣ ଦେବା ପାଇଁ କହି ସେମାନଙ୍କୁ ଜାଲରେ ଫସାଇଥାନ୍ତି ।

By

Published : Feb 6, 2021, 10:42 PM IST

ଆପ୍ ନା ମରଣ ଯନ୍ତା ?
ଆପ୍ ନା ମରଣ ଯନ୍ତା ?

ଡିଜିଟାଲ ଲୋନ୍ ଆପଗୁଡିକ ଷ୍ଟାଫମାନେ ଜୋକଠାରୁ ବି ଖରାପ । ଜୋକମାନେ ତ ମଣିଷ ରକ୍ତ ଶୋଷନ୍ତି । କିନ୍ତୁ ଆପ୍ଅ ର୍ଗାନାଇଜରମାନେ ତ ମଣିଷଙ୍କ ଜୀବନ ନେଇଯାଆନ୍ତି । ଡିଜିଟାଲ ଲୋନ୍ ଆପଗୁଡିକର କାର୍ଯ୍ୟକଳାପ ବିରୋଧରେ ଜନସ୍ୱାର୍ଥମୂଳକ ଆବେଦନ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତେଲେଙ୍ଗାନା ହାଇକୋର୍ଟ । ଋଣ ନେଇଥିବା ଲୋକଙ୍କୁ ଏସବୁ ଆପ୍‌ଗୁଡିକର ନିର୍ଯାତନା ଓ ଶୋଷଣ ଅନେକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି । ଏହି ଆପଗୁଡିକ ଲୋକଙ୍କୁ ବିନା କୌଣସି କାଗଜପତ୍ରରେ ତତକ୍ଷଣାତ ଋଣ ଦେବା ପାଇଁ କହି ସେମାନଙ୍କୁ ଜାଲରେ ଫସାଇଥାନ୍ତି । ଏସବୁ ଡିଜିଟାଲ ଆପଗୁଡିକୁ ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ହାଇକୋର୍ଟ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ଆଦେଳ ଦେଇଛନ୍ତି । ଲୋନ ଆପଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା କେବଳ ଗୋଟିଏ ରାଜ୍ୟ ବା ଅଂଚଳରେ ସୀମିତ ହୋଇ ରହିନାହିଁ । ଡିଜିଟାଲ ଲୋନ ଆପ୍‌ଗୁଡିକର କାର୍ଯ୍ୟକଳାପ ନେଇ ହୋହଲ୍ଲା ହେଲା ପରେ ଚେନ୍ନାଇ ଓ ବେଙ୍ଗଳୁରୁର ପୋଲିସ ପ୍ରଶାସନ ପୀଡିତମାନଙ୍କୁ ସାଇବର କ୍ରାଇମଶାଖାରେ ଅଭିଯୋଗ ପାଇଁ ଆହ୍ୱାନ କରିଛି ।

ଲୋନ୍ ଆପଗୁଡିକ ପାଇଁ ଏକ ସ୍ପେଶାଲ କ୍ରାଇମବ୍ରାଂଚ୍ ବି ଗଠନ ହୋଇଛି । ଦୁଇ ତେଲୁଗୁ ରାଜ୍ୟରେ ଲୋନ୍ ଆପଗୁଡିକର ଶୋଷଣଜନିକ କିଛି ଆତ୍ମହତ୍ୟା ଘଟଣା ପରେ ସେଠାକର ପୋଲିସ ପ୍ରଶାସନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଗୁଗଲକୁ ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ । ଡିଜିଟାଲ ଲୋନ୍ କରାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ଲୋକଙ୍କ ଜାଲରେ ନ ଫସିବାକୁ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ କେବଳ ପରାମର୍ଶ ଦେଇ ବସିପଡିଛି । ଅନଧିକୃତ ଲୋକଙ୍କପ ବ୍ୟାଙ୍କ ଆକାଉଂଟ୍ ବା ଆଧାର ତଥ୍ୟ ନ ଦେବାକୁ ପ୍ରବଚନ ଦେଇ ହାତ ଉପରକୁ କରିଦେଇଛି ରିଜର୍ଭ ବ୍ୟାଙ୍କ୍ । ଗୁଗଲ କହିଛି ଯେ, ଶହ ଶହ ଲୋକ ଆପଗୁଡିକର କାର୍ଯ୍ୟର୍କଳାପ ନେଇ ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ କିଛି ଆପ୍‌କୁ ପ୍ଲେ ଷ୍ଟୋର୍‌ରୁ ହଟାଇ ଦିଆଯାଇଛି ବୋଲି ଗୁଗଲ କହିଥିଲା ।

ବାକି ଆପ୍‌ଗୁଡିକ ସ୍ଥାନୀୟ ଆଇନକାନୁନ ଅନୁସାରେ ଚାଲିବେ ବୋଲି ବିବୃତି ଜାରି କରି ଗୁଗଲ କହିଥିଲା । କିନ୍ତୁ ଗୁଗଲ ହଟାଇଥିବା ଅଧିକାଂଶ ଆପ୍ନୂ ଆ ନାଁରେ ପୁଣି ଉଭା ହୋଇଛନ୍ତି । ଡିଜିଟାଲ ଲୋନ୍ ଆପଗୁଡିକୁ ଆଇନକାନୁନ ମାନି ଚଳିବାକୁ କେବଳ ଏକ ସାଧାରଣ ଚେତାବନୀ ଦେଇ ବସପଡିିଲେ ହେବ ନାହିଁ । ହଇରାଣ ହରକତ କରି ଲୋକଙ୍କ ଆତ୍ମହତ୍ୟାର କାରଣ ପାଲଟିଥିବାରୁ ସେସବୁ ଆପ୍‌ଗୁଡିକର ଅର୍ଗାନାଇଜରମାନଙ୍କ ବିରୋଧରେ ଉଦ୍ଦେଶ୍ୟ ବିହୀନ ହତ୍ୟା ମାମଲା ରୁଜୁ ଭଳି କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ଲୋନ ଆପ୍‌ଗୁଡିକ ବିରୋଧରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଦାବିକୁ ଗୁରୁତ୍ୱର ସହ ନେଉ ନ ଥିବା ଅଭିଯୋଗ ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ନିଜର ରେଗୁଲେଟରୀ ପରିସରକୁ ଆସୁଥିବା ଆର୍ଥିକ ସଂସ୍ଥା ଓ ଡିଜିଟାଲ ଲୋନ୍ ଆପଗୁଡିକର ଗତବିଧି ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ଘୋଷଣା କରିଥିଲା । ଋଣ ପ୍ରଦାନ କାର୍ଯ୍ୟକଳାପ ପାଇଁ ଯୋଗ୍ୟତ ହାସଲ କରିବାକୁ ଅଣ-ବ୍ୟାଙ୍କିଂ ଆର୍ଥିକ

କଂପାନିଗୁଡିକ ସହ ବୁଝାମଣା ପାଇଁ ସବୁ ଡିଜିଟାଲ ଆପ୍‌ଗୁଡିକ ଲାଗି ନିୟମ କରିଥିଲା ଆରବିଆଇ । କିନ୍ତୁ ମନ ମୁତାବକ ନିୟମ ଭଙ୍ଗ ହୋଇଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଏ ଦିଗରେ ଆରବିଆଇ କେତେବେଳେ ଗଭୀର ନିଦ୍ରାରୁ ଉଠି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ,ତାହା କେହି ଜାଣନ୍ତି ନାହିଁ । ଲୋନ୍ ଆପଗୁଡିକର ଗତିବିଧି ସଂପର୍କରେ ଲୋକସଭାରେ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷମ କରାଯାଇଥିଲେ ମଧ୍ୟ ସେ ଏହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ । ପୋଲିସ ଓ ପବ୍ଲିକ ଅର୍ଡର ରାଜ୍ୟ ପ୍ରସଙ୍ଗ ବୋଲି କହି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ରହୁଥିବା ଜଣେ ଚୀନ ନାଗରିକ ଲୋନ୍ ଆପଗୁଡିକୁ ସୃଷ୍ଟି କରିଥିବା କୁହାଯାଉଛି । ରାଜଧାନୀ

ଦିଲ୍ଲୀ ସମେତ ବିଭିନ୍ନ ସହରରେ ଯାଂଚ ପରେ କେତେକଙ୍କୁ ଗିରଫ କରାଯାଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ମାତ୍ର ୭ ମାସ ମଧ୍ୟରେ ଏସବୁ ଡିଜିଟାଲ ଲୋନ ଆପଗୁଡିକର ମୋଟ କାରବାର ୨୫ ହଜାର କୋଟିରେ ପହଂଚିଯାଇଥିଲା । ଏହି ରାକେଟର କିଙ୍ଗପିନମାନଙ୍କୁ ଠାବ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ଆରବିଆଇ , ଭିଜିଲାନ୍ସ ଓ ପୋଲିସ ବାହିନୀ ମଧ୍ୟରେ ଅର୍ଥପୂର୍ଣ୍ଣ ସମନ୍ୱୟ ରହିବା ଦରକାର । ନିଜର ସମସ୍ତ ୟୁଜରଙ୍କୁ ସୁରକ୍ଷିତ ସେବା ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଗୁଗଲ କହିଆସୁଛି । କିନ୍ତୁ ନିଜର ପ୍ଲେ ଷ୍ଟୋରରୁ ହଟେଇଥିବା ଅନେକ ଆପ୍ ନୂଆ ନାଁରେ ସକ୍ରିୟ ହୋଇଥିଲେ ମଧ୍ୟ ଗୁଗଲ ଏଥିପ୍ରତି ଗୁରୁତ୍ୱ ଦେଇନାହିଁ । ଏହି ଉଦାସୀନ ମନୋଭାବ ନାଗରିକଙ୍କ ସ୍ୱାର୍ଥହାନି କରୁଛି । ଏସବୁ ଅନଲାଇନ ମୃତ୍ୟୁର ସୌଦାଗରଙ୍କ ବିରୋଧରେ ମିଳିତ ଲଢେଇ ସହ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି ।

ABOUT THE AUTHOR

...view details