ଓଡିଶା

odisha

ETV Bharat / bharat

ଖାଲି ପଦବୀ ପାଇଁ ଶୀଘ୍ର ନୂତନ ନିଯୁକ୍ତି ଘୋଷଣା କରାଯିବ: ଗୁଜୁରାଟ ମୁଖ୍ୟମନ୍ତ୍ରୀ - ନୂତନ ନିଯୁକ୍ତି

ସରକାରୀ ପଦବୀ ପାଇଁ ମନୋନୀତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ତୁରନ୍ତ ନିଯୁକ୍ତି ପତ୍ର ଦିଆଯିବ ଏବଂ ଖୁବ୍ ଶୀଘ୍ର ଖାଲି ପଦବୀ ପାଇଁ ନୂତନ ନିଯୁକ୍ତି ଘୋଷଣା କରାଯିବ ବୋଲି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଶନିବାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଖାଲି ପଦବୀ ପାଇଁ ଶୀଘ୍ର ନୂତନ ନିଯୁକ୍ତି ଘୋଷଣା କରାଯିବ: ଗୁଜୁରାଟ ମୁଖ୍ୟମନ୍ତ୍ରୀ
ଖାଲି ପଦବୀ ପାଇଁ ଶୀଘ୍ର ନୂତନ ନିଯୁକ୍ତି ଘୋଷଣା କରାଯିବ: ଗୁଜୁରାଟ ମୁଖ୍ୟମନ୍ତ୍ରୀ

By

Published : Sep 6, 2020, 2:00 AM IST

ଗାନ୍ଧିନଗର: ସରକାରୀ ପଦବୀ ପାଇଁ ମନୋନୀତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ତୁରନ୍ତ ନିଯୁକ୍ତି ପତ୍ର ଦିଆଯିବ ଏବଂ ଖୁବ୍ ଶୀଘ୍ର ଖାଲି ପଦବୀ ପାଇଁ ନୂତନ ନିଯୁକ୍ତି ଘୋଷଣା କରାଯିବ ବୋଲି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଶନିବାର ଘୋଷଣା କରିଛନ୍ତି ।

ସେ କହିଛନ୍ତି, ଆସନ୍ତା 5 ମାସ ମଧ୍ୟରେ ରାଜ୍ୟରେ 20,000ରୁ ଅଧିକ ସରକାରୀ ନିଯୁକ୍ତି ଦିଆଯିବ। ଗୁଜୁରାଟ ହାଇକୋର୍ଟରେ ବିଚାରାଧୀନ ମାମଲା ହେତୁ ଏପର୍ଯ୍ୟନ୍ତ ଅଟକି ରହିଥିବା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ରୁପାନି ସରକାରୀ ନିଯୁକ୍ତି ଏଜେନ୍ସିଗୁଡ଼ିକୁ କହିଛନ୍ତି ।

କୋରୋନା ମହାମାରୀ କାରଣରୁ ପୂର୍ବରୁ ଘୋଷଣା କରାଯାଇଥିବା ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ । ମହାମାରୀ ପୂର୍ବରୁ 9,650 ସରକାରୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଯାଇଥିଲା । ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଜାନୁୟାରୀ 2021ରୁ ଆରମ୍ଭ ହେବ ବୋଲି ରୁପାନି ଶନିବାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details