ନୂଆଦିଲ୍ଲୀ: ଚାଇନିଜ୍ ଆପ୍ ବ୍ୟାନ ପରେ ଚାଇନାର ସ୍ମାର୍ଟ ଫୋନ ଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ସବୁକୁ ବହିଷ୍କାର କରାଯାଉଛି । ଫେସବୁକ୍ ଏବଂ ଟ୍ବିଟର ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚାଇନା ସାମଗ୍ରୀ ବ୍ୟାନ କରିବା ନେଇ ଅଭିଯାନ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଯଦି ଆପଣ ମଧ୍ୟ ଚାଇନିଜ୍ ସ୍ମାର୍ଟ ଟିଭି ବଦଳରେ ନନ୍ ଚାଇନିଜ୍ ଟିଭି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ କିଛି ଭଲ ବିକଳ୍ପ ଆଣିଛୁ । ଏହି ସମସ୍ତ ସ୍ମାର୍ଟ ଟିଭିରେ ଆପଣ ଚାଇନିଜ୍ ଟିଭି ତୁଳନାରେ ଖୁବ୍ ଭଲ ଫିଚର ମଧ୍ୟ ପାଇବେ ।
ନୋକିଆ ସ୍ମାର୍ଟ ଟିଭି
ନିକଟରେ ନୋକିଆ ଏକ 43 ଇଞ୍ଚ ସ୍ମାର୍ଟ ଟିଭି ଲଞ୍ଚ କରିଛି । ଏହି ସ୍ମାର୍ଟ ଟିଭିରେ ଏକ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ରହିଛି । ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ସ୍ମାର୍ଟ ଟିଭିରେ ହାଇ ସାଉଣ୍ଡ କ୍ବାଲିଟି ପାଇଁ ଜିବିଏଲ୍ ସାଉଣ୍ଡ ସିଷ୍ଟମ୍, ଗୁଗୁଲ୍ ଆସିଷ୍ଟାଣ୍ଟ, କ୍ରୋମ୍ କାଷ୍ଟ, 24 ୱାଟର ସ୍ପିକର, ନେଟଫ୍ଲିକ୍ସ ଏବଂ ୟୁଟ୍ୟୁବ୍ ଭଳି ପ୍ରିମିୟମ୍ ଆପର ସୁବିଧା ମିଳିବ । ଏହି ସ୍ମାର୍ଟ ଟିଭିର ମୂଲ୍ୟ ହେଉଛି 31,999 ଟଙ୍କା ଧାର୍ଯ୍ୟ କରାଯାଇଛି ।
ଓନିଡା ସ୍ମାର୍ଟ ଟିଭି
ଏହି ଓନିଡା ସ୍ମାର୍ଟ ଟିଭିରେ 43 ଇଞ୍ଚର ଡିସପ୍ଲେ ରହିଛି । ଯାହାର ରେଜୋଲୁସନ 1920x1080 ପିକ୍ସେଲ ରହିଛି । ଏହି ସ୍ମାର୍ଟ ଟିଭିରେ 3 ଏଚଡିଏମଆଇ ପୋର୍ଟ ସହିତ ଏକ ୟୁଏସବି ପୋର୍ଟ ମଧ୍ୟ ରହିଛି । ଏହା ବ୍ୟତୀତ ୟୁଜର୍ସ ଏହି ଟିଭିରେ ଡିଜିଟାଲ୍ ପ୍ଲସ୍ ସହିତ ୟୁଟ୍ୟୁବ୍, ଆମାଜନ ପ୍ରାଇମ ଏବଂ ନେଟଫ୍ଲିକ୍ସ ଭଳି ପ୍ରିମିୟମ ଆପ୍ସର ଫ୍ରି ସସକ୍ରିପ୍ସନ ପାଇପାରିବେ । ଏହି ସ୍ମାର୍ଟ ଟିଭିର ମୂଲ୍ୟ ହେଉଛି 22,999 ଟଙ୍କା ।