ଆଗ୍ରା: ସାରା ବିଶ୍ବକୁ କୋରୋନା ଭୟ ଘାରିଛି । ଜୀବନନାଶକ କୋରୋନା ଭାଇରସର ଆତଙ୍କରେ ଆତଙ୍କିତ ବିଶ୍ବର 90ରୁ ଉର୍ଦ୍ଧ୍ବ ଦେଶ । ଦିନକୁ ଦିନ ବ୍ୟାପୁଥିବା ଏହି ଭାଇରସକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଭାବରେ କୌଣସି ଔଷଧ ବାହାରିନାହିଁ । ଏପରିସ୍ଥଳେ ଆଗ୍ରାର ଜଣେ ବିଶିଷ୍ଟ ଜ୍ୟୋତିଷ ତଥା ଜଣାଶୁଣା ପରିବେଶବିତ କୋରୋନା ବିସ୍ତାରକୁ ରୋକିବା ପାଇଁ ଉପାୟ ବତାଇଛନ୍ତି । କରୋନା କାୟା ବିସ୍ତାରକୁ ଅଟକାଇବା ପାଇଁ ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ଏଥିପାଇଁ ଯମୁନା ଘାଟରେ ଏକ ଯଜ୍ଞ ଆୟୋଜନ କରି କୋରୋନା ଭୂତାଣୁକୁ ଆୟତ୍ତ କରିବା ପାଇଁ ଇଶ୍ବରଙ୍କୁ ପ୍ରାର୍ଥନା କରିଥିଲେ ।
ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଏହି ଯଜ୍ଞ ପରିଚାଳନା କରିଥିବା ବୈଦିକ ସୂତ୍ରର ଚେୟାରମ୍ୟାନ୍ ବିଶିଷ୍ଟ ଜ୍ୟୋତିଷ ପ୍ରମୋଦ ଗୈତମ କହିଛନ୍ତି ଯେ, ଗୁରୁ ବୃହସ୍ପତିଙ୍କ ଉପରେ ରାହୁଙ୍କ ପ୍ରାଧାନ୍ୟ ହେତୁ କୋରୋନା ଭାଇରସ୍ ସମସ୍ୟା ସୃଷ୍ଟି କରୁଛି ।