ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ସୋମବାର ଚୀନ ସେନା ତମ୍ବୁ ପଛକୁ ନେଇଥିବା ବେଳେ ଭାରତ କିନ୍ତୁ କଠୋରତା ବଜାୟ ରଖିଛି। ସୋମବାର ରାତିରେ ଯୁଦ୍ଧ ବିମାନ ହେଲିକାପ୍ଟର ଆପାଚେ ଭାରତ-ଚୀନ ସୀମା ନିକଟରେ ଅପରେସନ୍ କରିଥିଲା। ଏଠାରେ ବିଳମ୍ବିତ ରାତିରେ ଆପାଚେ, ଚିନୁକ୍ ସମେତ ଅନେକ ବାୟୁସେନା ବିମାନ ଉଡାଣ କରୁଥିବା ଦେଖାଯାଇଥିଲା ଓ ଚୀନ ଉପରେ କଡା ନଜର ରଖିଥିଲା |
ଭାରତ-ଚୀନ ସୀମାରେ ଥିବା ଫରୱାର୍ଡ ବେସରେ ନଜର ରଖିବା ପାଇଁ ଆପାଚେ ହେଲିକପ୍ଟର ଉଡିଥିଲା। ଭାରତୀୟ ବାୟୁସେନା ସୀମାନ୍ତରେ ନିରନ୍ତର ଅଭ୍ୟାସ କରୁଛି ଓ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। କେବଳ ଆପାଚେ ନୁହେଁ ଚିନୁକ୍ ହେଲିକପ୍ଟର ମଧ୍ୟ ଏଠାରେ ଅଭ୍ୟାସ କରିଛ । ଆପାଚେ ହେଲିକପ୍ଟର ବ୍ୟତୀତ ମିଗ-29 ଓ ଅନ୍ୟାନ୍ୟ ଯୁଦ୍ଧ ବିମାନ ଲେହର ଆକାଶରେ ଉଡିଥିବାର ନଜର ଆସିଛି।