ଓଡିଶା

odisha

ETV Bharat / bharat

ପିଲା ଯିବେ ସ୍କୁଲ, ମାଆ ପାଇବେ ଟଙ୍କା - ଜଗନମୋହନ ରେଡ୍ଡୀ

ନିର୍ବାଚନ ପୂର୍ବରୁ ଜଗନ ରାଜ୍ୟବାସୀଙ୍କୁ ପିଲାଙ୍କ ଶିକ୍ଷାଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ପୁରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ କରାଯିବ ।

ଫାଇଲ ଫଟୋ

By

Published : Jun 29, 2019, 9:04 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ନୂଆ ସରକାର ଆସିବା ପରେ ରାଜ୍ୟରେ ଅନେକ ଉନ୍ନତିମୂଳକ ଯୋଜନା ହାତକୁ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଡେବ୍ୟୁ କରି ଜଗନମୋହନ ରେଡ୍ଡୀ ଆକ୍ସନ ମୁଡରେ ନଜର ଆସିଛନ୍ତି । ଲୋକଙ୍କ ବିକାଶ ଲାଗି ସରକାର ଏବେ ଆଉ ଏକ ନୂଆ ନିୟମ ପ୍ରଚଳନ କରିଛନ୍ତି ।

ସରକାରଙ୍କ ଏହି ନୂଆ ଯୋଜନାର ଲକ୍ଷ୍ୟ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିବା । କେହି ଯେପରି ପାଠପଢାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଜଗନ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହାର ନାମ ‘ଆମ୍ମା ଭୋଡି’ ରହିଛି । ଏହା ଅନୁସାରେ ପିଲାଙ୍କୁ ସ୍କୁଲ କିମ୍ବା କଲେଜ ପଠାଇଲେ ସେମାନଙ୍କ ମାଆଙ୍କୁ ଆନ୍ଧ୍ର ସରକାର ୧୫ ହଜାର ଟଙ୍କା ଦେବେ । ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ସରକାର ବର୍ଷକୁ ଏହି ଆର୍ଥିକ ସହାୟତା ପ୍ରଦାନ କରିବେ ।

ନିର୍ବାଚନ ପୂର୍ବରୁ ଜଗନ ରାଜ୍ୟବାସୀଙ୍କୁ ପିଲାଙ୍କ ଶିକ୍ଷାଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ପୁରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ କରାଯିବ । ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜଗନ ବିଭାଗୀୟ ଅଧିକାରୀଙ୍କୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ଯୋଜନା କେବଳ ସ୍କୁଲ ପିଲାଙ୍କ ପାଇଁ ଘୋଷଣା ହୋଇଥିବା ବେଳେ ଏବେ ଏଥିରେ କଲେଜ ପିଲାଙ୍କୁ ମଧ୍ୟ ସାମିଲ କରାଯାଇଛି । ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଜଗନ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ବେଳେ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ସୋସିଆଲ ଉନ୍ନୟନମୂଳକ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ଏହି ସହାୟତା ପାଇବା ଲାଗି ହ୍ବାଇଟ କାର୍ଡକୁ ଏକମାତ୍ର ଯୋଗ୍ୟତା ଭାବେ ଗ୍ରହଣ କରାଯିବ ।

ABOUT THE AUTHOR

...view details