ଓଡିଶା

odisha

By

Published : Apr 1, 2020, 1:08 PM IST

ETV Bharat / bharat

ଲକଡାଉନ: ଆନ୍ଧ୍ରରେ ଡୋର ଟୁ ଡୋର ବୁଲି ଓ୍ବେଲଫେୟା ପେନସନ ବଣ୍ଟନ ଆରମ୍ଭ

ଆନ୍ଧ୍ରପ୍ରଦେଶ ସରକାରଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ । ଦ୍ବାର ଦ୍ବାର ବୁଲି ବାଣ୍ଟିଲେ ଓ୍ବେଲଫେୟା ପେନ୍‌ସନ । ଅଧିକ ପଢନ୍ତୁ...

Andhra Pradesh Government
ଆନ୍ଧ୍ରରେ ଡୋର ଟୁ ଡୋର ବୁଲି ଓ୍ବେଲଫେୟା ପେନ୍‌ସନ୍‌ର ବଣ୍ଟନ ଆରମ୍ଭ

ଅମରାବତୀ: ମହାମାରୀ କୋରୋନା ପାଇଁ ଦେଶରେ ଜାରି ରହିଛି ଲକଡାଉନ । ଏହି ଲକଡାଉନ ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାର ଆଜି(ବୁଧବାର) ଠାରୁ ଡୋର ଟୁ ଡୋର ବୁଲି ଓ୍ବେଲଫେୟା ପେନ୍‌ସନ୍‌ର ବଣ୍ଟନ ଆରମ୍ଭ କରିଛନ୍ତି । ରାଜ୍ୟ ସରକାର କହିଛନ୍ତି ଯେ, ରାଜ୍ୟର 59 ଲକ୍ଷ ପେନସନ ଭୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ 31 ଲକ୍ଷ ପେନସନ ଭୋଗୀଙ୍କୁ ପେନସନ ପ୍ରଦାନ କରିାଯାଇଛି ।

ଲକଡାଉନ ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ଯେପରି ଠପ ହୋଇଯାଇଛି । ଆଉ ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ସହାୟତା ପାଇଁ ଅନେକ ପଦକ୍ଷେପ ଆପଣାଯାଉଛି । ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ମାସ୍କ ଓ ସାନିଟାଇଜର ବାଣ୍ଟିବା ଭଳି ଅନେକ ସ୍ବାଗତଯୋଗ୍ୟ ପଦକ୍ଷେପ ହାତକୁ ନିଆଯାଉଛି ।

ସେହିପରି ଏକ କାର୍ଯ୍ୟ ଭିତରୁ ଡୋର ଟୁ ଡୋର ବୁଲି ଓ୍ବେଲଫେୟା ପେନ୍‌ସନ ବାଣ୍ଟିବା ଆଉ ଗୋଟିଏ କାର୍ଯ୍ୟ ଅଟେ । ଯାହାଦ୍ବାରା ବରିଷ୍ଠ ନାଗରିକ ମାନଙ୍କର ଆଉ ଆର୍ଥିକ ଅସୁବିଧା ରହିବ ନାହିଁ ।

ABOUT THE AUTHOR

...view details